Header ADS

ପାଞ୍ଚ ପିଢ଼ିର ଶିକ୍ଷକ ତ୍ରିଲୋଚନ ସାହୁଙ୍କ ଅକାଳ ବିୟୋଗ

ପାଞ୍ଚ ପିଢ଼ିର ଶିକ୍ଷକ ତ୍ରିଲୋଚନ ସାହୁଙ୍କ ଅକାଳ ବିୟୋଗ 


ନୀଳଗିରି,୧୧/୧୦(ଓଡ଼ିଶା ଆଦର୍ଶ):ନୀଳଗିରି ଅଞ୍ଚଳର ପାଞ୍ଚପିଢ଼ିର ଶିକ୍ଷକ ତଥା ଜଣେ ଆଦର୍ଶ ଶିକ୍ଷାବିତ, ଛାତ୍ରବତ୍ସଳ, ସାଧୁତାର ପ୍ରତିମୂର୍ତ୍ତି, ମହାନ ଆତ୍ମା ତ୍ରିଲୋଚନ ସାହୁ ଙ୍କର ଆଜି ପରଲୋକ ଘଟିଛି।ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟ ରୋଗାକ୍ରାନ୍ତରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ। ଆଜି ତାଙ୍କର ଦେହାନ୍ତ ପରେ ସମଗ୍ର ନୀଳଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ରୁ ଊର୍ଦ୍ଧ୍ବ ବୟସ ହୋଇଥଲା।

ବାଲେଶ୍ଵର ସାଂସଦ  ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସେ ଥିଲେ ପୂଜନୀୟ ଗୁରୁ। ସ୍ବର୍ଗତ ତ୍ରିଲୋଚନ ସାହୁଙ୍କ ଅନ୍ତିମ ଯାତ୍ରାରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ତଥା ତାଙ୍କର ଶିଷ୍ୟ ଙ୍କ ସମେତ ଶତାଧିକ ଗ୍ରାମବାସୀ ତ୍ରିଲୋଚନ ସାହୁ ଙ୍କ ପାର୍ଥବ ଶରୀରକୁ ବଜାର ପରିକ୍ରମା କରାଯିବା ପରେ ବାଲିଗୋହିରି ସ୍ଥିତ ନିଜ ଘରବାଡ଼ି କୁ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଛି। ତେବେ ତ୍ରିଲୋଚନ ସାହୁ ଙ୍କ  ଦେହାନ୍ତରେ ସମଗ୍ର ଶିକ୍ଷ୍ୟା ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଶିକ୍ଷାବିତ୍ ।



Post a Comment

Previous Post Next Post
Header ADS