ନୀଳଗିରି - ୨୧/୯ (ଓଡ଼ିଶା ଆଦର୍ଶ):ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦାସଙ୍କୁ ନିଜ ପଦବୀରୁ ହଟାଇବା ପାଇଁ ଗତ ଜୁଲାଇ ୩୦ ତାରିଖରେ ଏକ ପ୍ରସ୍ତାବ ଆଣି ଅଗଷ୍ଟ ୫ ତାରିଖରେ ବିଜେପି ଏବଂ ସମର୍ଥିତ ୧୧ ଜଣ କାଉନସିଲର ବାଲେଶ୍ୱର ଜିଲ୍ଲାପାଳଙ୍କ ଠାରେ ଆବେଦନ କରିଥିଲେ l ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଏହାକୁ ଗୁରୁତ୍ତର ସହିତ ନେଇ ଅଗଷ୍ଟ ୧୪ ତାରିଖରେ ଏନଏସି ସଭା ଗୃହରେ ଏକ ବୈଠକର ଆହ୍ୱାନ କରିବା ସହିତ ଦରକାର ପଡିଲେ ମତଦାନ କରାଯିବାର ନିର୍ଦେଶନାମା ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ, ଅଧକ୍ଷା, ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇ ଥିଲା। ମାତ୍ର ଅଗଷ୍ଟ ୧୨ ତାରିଖ ରେ ଅଧକ୍ଷା ଏହା ବିପକ୍ଷରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ ହେବା ପରେ ନ୍ୟାୟାଳୟ ଉକ୍ତ ମାମଲାର ରହିତାଦେଶ ଜାରି କରିଥିଲେ l ମାନ୍ୟବର ଉଚ୍ଚନ୍ୟାୟାଳୟ ସେପ୍ଟେମ୍ବର ୫ ତାରିଖରେ ଏହାର ଚୂଡାନ୍ତ ଶୁଣାଣି କରି ନୂତନ ଭାବେ ଅଗ୍ରଗତି କରିବା ପାଇଁ କତୃପକ୍ଷଙ୍କୁ ଅନାସ୍ଥା ସଂକଳ୍ପ ଆଇନ ଅନୁଯାଇ ସ୍ୱାଧୀନତା ପ୍ରଦାନ କରାଯାଇଥିଲା l ଉକ୍ତ ଆଦେଶକୁ ପାଳନ କରି ଆସନ୍ତା ସେପ୍ଟେମ୍ବର ମାସ ୨୭ ତାରିଖ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ପୂର୍ବାହ୍ନ ୧୧ ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପ୍ରସ୍ତାବିତ ସଂକଳ୍ପ ଉପରେ ଆଲୋଚନା କରାଯିବା ସହିତ ୧୨. ୧୦ମିନିଟ ରେ ମତଦାନ ଏବଂ ୧୨. ୩୦ ମିନିଟରେ ଫଳାଫଳ ପ୍ରକାଶ କରିବାକୁ ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରି ନିର୍ଦେଶନାମା ଜାରି କରିବା ସହିତ ଏହାର ଏକକିତା ନକଲ ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ, ଅଧକ୍ଷା ଏବଂନୀଳଗିରି ଉପଜିଲ୍ଲାପାଳଙ୍କୁ ପ୍ରେରଣ କରିଥିବା ଜଣାପଡିଛି l
Post a Comment