Header ADS

ଗାଡ଼ି ଘରେ ଥାଇବି ଟୋଲ ପ୍ଲାଜାରେ କଟୁଛି ଟଙ୍କା

 


ନୀଳଗିରି,୧୪/୯(ଓଡ଼ିଶା ଆଦର୍ଶ): ଗାଡ଼ି ଘରେ ଅଛି ହେଲେ ଟୋଲ ପ୍ଲାଜାରେ କଟୁଛି ଟଙ୍କା। ଏମିତି ଏକ ଅବିଶ୍ୱାସନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ୍ ଜଡିଦା ପଞ୍ଚାୟତ ବାଉଁଶନାଳ ଗାଁ ର ଭଗିରଥ ନାୟକ ଠାରେ। ସୂଚନା ଅନୁଯାୟୀ ୧୩ ତାରିଖ ରାତି ୧୧.୪୨ ମିନିଟ ସମୟରେ ଭଗିରଥଙ୍କ ପୁଅ ଦେବୀପ୍ରସନ୍ନ ଙ୍କ ମୋବାଇଲ କୁ ଏକ ମେସେଜ ଆସିଥିଲା ଯାହା ତାଙ୍କ କାର ରେ ଲଗାଇଥିବା HDFC Fastag ର ମେସେଜ ବୋଲି ସେ ଜାଣିବାକୁ ପାଇଥିଲେ । ତେବେ କାର ଘରେ ଥିବା ବେଳେ କେମିତି ଟୋଲ ପ୍ଲାଜା ଅତିକ୍ରମ କଲା ଏବଂ ମେସେଜ ଆସିଲା ସେ ନେଇ ଉକ୍ତ ପରିବାର ଚିନ୍ତାରେ ପଡିଛନ୍ତି  । ବାଲେଶ୍ଵର ରୁ ବାରିପଦା ୧୮ନମ୍ବର ଜାତୀୟ ରାଜପଥ ପଦ୍ମନାଭପୁର ଟୋଲ୍ ପ୍ଲାଜା ରେ ଗତ ରାତିରେ ଭଗିରଥ ଙ୍କ କାର ଅତିକ୍ରମ କରିଥିବା ମେସେଜ ଆସିଥିବା ବେଳେ ବାସ୍ତବରେ ତାଙ୍କ ଗାଡ଼ିଟି ଘରୁ ଏକ ମାସରୁ ଉର୍ଦ୍ଧ୍ବ ହେବ ଘରୁ ବାହାରିନଥିବା କହିଛନ୍ତି।

ତେବେ ଭଗିରଥ ଙ୍କ ଗାଡ଼ିର ନମ୍ବର କୁ କେହି ଅସାଧୁ ବ୍ୟକ୍ତି ଅନ୍ୟ ଗାଡ଼ିରେ ଲଗାଇ ଟୋଲ୍ ପ୍ଲାଜା ଅତିକ୍ରମ କରିଥିବା ଅନୁମାନ କରାଯାଉଛି। ତେବେ ଗାଡ଼ି ଘରେ ଥାଇବି ଟୋଲ୍ ଦେବାକୁ ପଡୁଥିବାରୁ  ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉକ୍ତ ପରିବାର।


Post a Comment

Previous Post Next Post
Header ADS