Header ADS

ନୀଳଗିରି ଟ୍ରକ ମାଲିକ ସଂଘ ପକ୍ଷରୁ ବାବା ବିଶ୍ଵକର୍ମାଙ୍କ ପୂଜା ଧୁମଧାମ୍ ରେ ପାଳିତ।

 


ନୀଳଗିରି,୧୭/୯(ଓଡ଼ିଶା ଆଦର୍ଶ): ଆଜି ବିଶ୍ୱ ବିନ୍ଧାଣି ବାବା ବିଶ୍ଵକର୍ମାଙ୍କ ପୂଜା। ବିଭିନ୍ନ ଶିଳ୍ପାନୁଷ୍ଠାନ ତଥା ଯାନ ବାହାନ ଗୁଡିକୁ ଆଜିର ଦିନରେ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଅବସରରେ ନୀଳଗିରି ବାଲିଗୋହୋରି ଠାରେ ଥିବା ନୀଳଗିରି ଟ୍ରକ ମାଲିକ ସଂଘରେ ମଧ୍ୟ ବହୁ ଧୁମଧାମରେ ବାବା ବିଶ୍ଵକର୍ମାଙ୍କ ପୂଜା ରୀତିନୀତି ଅନୁଯାୟୀ କରାଯାଇଛି। ପ୍ରତି ବର୍ଷ ଭୋଳି ଚଳିତ ବର୍ଷ ମଧ୍ୟ ବାବା ବିଶ୍ଵକର୍ମାଙ୍କ ମୂର୍ତ୍ତି ବହୁ ସୁନ୍ଦର ଭାବେ ଗଢ଼ାଯାଇଥିବା ବେଳେ ସୁନ୍ଦର ଆଲୋକ ରେ ସୁସଜ୍ଜିତ ହୋଇଛି ମଣ୍ଡପ। ସଂଘର ସଭାପତି ଶିଶିର କୁମାର ରାଉତ (ବାବୁଲି ଭାଇ) ଙ୍କ ନେତୃତ୍ବରେ ସଂଘର ସମସ୍ତ ଟ୍ରକ୍ ମାଲିକ ଉକ୍ତ ପୂଜା କାର୍ଯ୍ୟରେ ଯୋଗଦାନ କରିଥିଲେ। ସଂଧ୍ୟାରେ ସଂଘ ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରଯାଇଥିଲା। ପାଖାପାଖି ୧୦୦୦ରୁ ଊର୍ଦ୍ଧ୍ବ ଲୋକେ ଏହି ପ୍ରସାଦ ସେବନ କରିବା ସହିତ ବାବା ବିଶ୍ଵକର୍ମାଙ୍କ ଆଶ୍ରିବାଦ ନେଇଥିଲେ।

Post a Comment

Previous Post Next Post
Header ADS