ନୀଳଗିରି ଉପଖଣ୍ଡରେ ଜୁନ ମାସରେ ୨୬୪ ମିଲି ମିଟର, ଜୁଲାଇ ମାସରେ ୩୦୫.୬ ମିଲି ମିଟର, ଅଗଷ୍ଟ ମାସରେ ୩୪୬.୮ ମିଲି ମିଟର ମିଶି ସମୁଦାୟ ୯୧୬.୪ମିଲି ମିଟର ସ୍ୱାଭାବିକ ବୃଷ୍ଟିପାତ ହୋଇଥିବା ବେଳେ ନୀଳଗିରି ବ୍ଳକ ରେ ମୋଟ ୧୩ହଜାର ୧୩୦ହେକ୍ଟର ଚାଷ ଜମି ଥିବା ବେଳେ ସେଥିରୁ ୧୦ହଜାର ୨୪୦ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ୨୮୯୦ହେକ୍ଟର ଜମିରେ ଅଣଧାନ ଫସଲ ବା ପନିପରିବା ଚାଷ କରାଯାଇ ଥାଏ | ବର୍ତ୍ତମାନ ସୁଧା ୯୩୭୦ ହେକ୍ଟର ଜମିରେ ଧାନ ରୁଆ ସରିଥିବା ବେଳେ ୨୨୫୬ହେକ୍ଟର ଜମିରେ ଅଣଧାନ ଫସଲ କରାଯାଇଥିବାର ସୂଚନା ରହିଛି | ଅତଏବ ଧାନରେ ୯୧ପ୍ରତିଶତ ଏବଂ ଅଣ ଧାନରେ ୭୮ପ୍ରତିଶତ କାର୍ଯ୍ୟ ସମ୍ପନ୍ନ ହୋଇଛି | ତେବେ ଜୁନ ମାସ ରେ ୧୧୯ ମିଲି ମିଟର, ଜୁଲାଇ ମାସରେ ୧୫୫ମିଲି ମିଟର,ଅଗଷ୍ଟ ମାସରେ ୨୪୮ମିଲି ମିଟର ବୃଷ୍ଟି ପାତ ହୋଇଛି | ଉକ୍ତ ତିନି ମାସରେ ସମୁଦାୟ ୫୨୨ମିଲି ମିଟର ବୃଷ୍ଟିପାତ ହୋଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତର ଶତକଢ଼ା ୪୩ ଭାଗ କମ ବୋଲି ରେକର୍ଡ କରାଯାଇଛି | ଯାହା ଚାଷକାର୍ଯ୍ୟ ପାଇଁ ନିଅଣ୍ଟିଆ ଦେଖାଦେଇଛି |ଠିକ ସେହିଭଳି ଔପଦା ବ୍ଳକରେ ଧାନ ଓ ଅଣ ଧାନ ଚାଷ ଜମି ମିଶି ମୋଟ ୧୦ହଜାର ୨୦ ହେକ୍ଟର ଚାଷ ଜମି ଥିବା ବେଳେ ୭ହଜାର ୯ଶହ ହେକ୍ଟର ଧାନ ଚାଷ ଜମି ମଧ୍ୟରୁ ୭୪୮୮ହେକ୍ଟର ଜମିରେ ଧାନ ଚାଷ କରାଯାଇଛି | ୨୧୨୦ହେକ୍ଟର ଅଣ ଧାନଚାଷ ଜମି ମଧ୍ୟରୁ ୧୯୮୯ହେକ୍ଟର ଜମିରେ ପରିବା ଚାଷ କରାଯାଇଛି | ଅତଏବ ଧାନ ଓ ଅଣଧାନ ମିଶି ୯୪୭୭ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇଥିବା ବେଳେ ଧାନରେ ୯୫ ପ୍ରତିଶତ ଓ ଅଣ ଧାନରେ ୯୩ ପ୍ରତିଶତ ରୁଆ ପୋତା ସରିଛି | ତେବେ ଜୁନ ମାସରେ ୬୫ ମିଲି ମିଟର, ଜୁଲାଇ ମାସରେ ୧୨୦ ମିଲି ମିଟର, ଅଗଷ୍ଟ ମାସରେ ୧୯୪ ମିଲି ମିଟର ବୃଷ୍ଟିପାତ ହୋଇଛି | ଉକ୍ତ ତିନି ମାସର ସମୁଦାୟ ବୃଷ୍ଟିପାତ ହେଲା ୩୭୯ ମିଲି ମିଟର ଯାହା ସ୍ୱାଭାବିକ ବୃଷ୍ଟିପାତର ୫୮ପ୍ରତିଶତ କମ ବୋଲି ଜଣାପଡ଼ିଛି | ଯାହାକି ନିଅଣ୍ଟିଆ ବୃଷ୍ଟିପାତ ହୋଇଥିବାରୁ ଚାଷକାର୍ଯ୍ୟରେ ବାଧା ଉପୁଜିଛି | ଅନ୍ୟ ଏକ ବିକଳ୍ପ ଦିଗ ହେଲା ଉଠା ଜଳସେଚନ ମାଧ୍ୟମରେ ଚାଷକାର୍ଯ୍ୟ କରିବା | କିନ୍ତୁ କମ ପରିମାଣରେ ଉଠା ଜଳସେଚନ ପଏଣ୍ଟ ଥିବାବେଳେ ସେଥିରୁ ବହୁ ପ୍ରକଳ୍ପ ବହୁ ବର୍ଷ ଧରି ଚାଲୁ ହେଉନଥିବା ରୁ ତାହା ଅଚଳ ହୋଇ ପଡ଼ିଛି | ନୂଆକରି ଖୋଳା ଯାଇଥିବା ପଏଣ୍ଟ ଗୁଡ଼ିକ ମଧ୍ୟରୁ କିଛି ପଂଚାୟତରେ ବ୍ୟବହାର କରାନଯାଇ ବନ୍ଦ ହୋଇ ରହିଛି | ଏଥିରେ ବିଭାଗ ପକ୍ଷରୁ ଉଦାସୀନତା ମନୋଭାବ ଏବଂ ଚାଷୀଙ୍କର ଆଗ୍ରହର ଅଭାବ ବୋଲି ମଧ୍ୟ କୁହାଯାଉଛି | ସରକାର ଏ ଦିଗପ୍ରତି ରୁଚି ରଖି ଯତ୍ନବାନ ହେଲେ ନିଶ୍ଚିନ୍ତ ଭାବେ ନିୟଣ୍ଟିଆ ବର୍ଷା ଜଳରୁ ଚାଷୀକୁଳ ମୁକୁଳି ପାରନ୍ତା ବୋଲି ବୁଦ୍ଧିଜିଵୀ ମହଲରେ ଆଲୋଚନା ହେଉଛି |
ନୀଳଗିରି, ୩/୯(ଓଡ଼ିଶା ଆଦର୍ଶ): ଚଳିତ ବର୍ଷ ମୌସୁମୀ ବର୍ଷାର ଲୁଚକାଳି ଖେଳ ଚାଷୀକୂଳ ଉପରେ ଯଥେଷ୍ଟ ପ୍ରଭାବ ପକାଇଛି | ବିଶେଷ କରି ଖରିପ ଓ ରବି ଫସଲ କେବଳ ବର୍ଷା ଜଳ ଉପରେ ନିର୍ଭର କରୁଥିବାରୁ ଚଳିତ ବର୍ଷ ମୌସୁମୀ ବର୍ଷା ଏବଂ ଲଘୁଚାପ ଜନିତ ବୃଷ୍ଟିପାତ ମିଶି ସ୍ୱାଭାବିକ ବୃଷ୍ଟିପାତ ଠାରୁ ଅଧେରୁ କମ ହୋଇଥିବା ବେଳେ ଚାଷ କାର୍ଯ୍ୟରେ ବିଶେଷ ପ୍ରଭାବ ପକାଇଛି | ଫଳରେ ଚାଷ କାର୍ଯ୍ୟରେ ଅହେତୁକ ବିଳମ୍ବ ପରିଲକ୍ଷିତ ହେବା ସହିତ କିଛି ସ୍ଥାନରେ ଜମି ଫାଟି ଆଁ କରିବାର ଦେଖିବାକୁ ମିଳିଛି |
إرسال تعليق