Header ADS

ଆର ପାରିରେ ନୀଳଗିରି ରାଜ ପରିବାରର ସଦସ୍ୟ ତଥା ସାମ୍ବାଦିକ ହରପ୍ରସାଦ ମର୍ଦ୍ଦରାଜ

 


ନୀଳଗିରି,୨୨/୮(ଓଡ଼ିଶା ଆଦର୍ଶ): ନୀଳଗିରି ରାଜ ପରିବାରର ସଦସ୍ୟ ତଥା ନୀଳଗିରି ର କାର୍ଯ୍ୟରତ ସାମ୍ୱାଦିକ ହରପ୍ରସାଦ ମର୍ଦ୍ଦରାଜ(ସାହେବ୍ ଦାଦା) ଙ୍କ ଅକାଳ ବିୟୋଗ ଘଟିଛି। କିଛି ଦିନ ତଳେ ହରପ୍ରସାଦଙ୍କ ହିମୋଗ୍ଲୋବିନ କମିଯିବା ସହ କିଡନୀ ଜନିତ ସମସ୍ୟା ଯୋଗୁଁ ଗଡ ହାତ ଫୁଲି ଯିବା ସହିତ ଶଯ୍ୟାଶାୟୀ ହୋଇପଡ଼ିଥିଲେ ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ସମ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ହରପ୍ରସାଦ ଙ୍କ ମୃତ୍ୟୁ ଖବର ପାଇ ସମଗ୍ର ନୀଳଗିରି ଅଞ୍ଚଳ ତଥା ସାମ୍ୱାଦିକ ମହଲରେ ସକର ଛାୟା ଖେଳିଯାଇଛି। ତେବେ ହରପ୍ରସାଦ ଜଣେ ମିଷ୍ଠଭାଷୀ , ପରୋପକାରୀ, ଦରଦୀ ତଥା ଅତ୍ୟନ୍ତ ମେଳପି ପ୍ରକୃତିର ମଣିଷ ଥିଲେ।

Post a Comment

Previous Post Next Post
Header ADS