ସୂଚନା ଅନୁଯାୟୀ ଧୋବଶିଳା ଗାଁର ସୁଧୀରରଞ୍ଜନ ନାୟକ ଓ ସଞ୍ଜୁରାଣୀ ନାୟକଙ୍କ ଏକମାତ୍ର ଅଲିଅଳି କନ୍ୟା ହେଉଛନ୍ତି ସ୍ନେହାଶ୍ରୀ ନାୟକ (୧୩)। ସ୍ନେହାଶ୍ରୀ ଜାମୁଡିହା ଆଦର୍ଶ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି। ଗତ ଗଣେଶ ପୂଜାରେ ବିଦ୍ୟାଳୟରୁ ପୂଜା ସାରି ଘରକୁ ଫେରିବା ପରେ ସ୍ନେହାଶ୍ରୀଙ୍କୁ ପ୍ରବଳ ଜ୍ଵର ଆସିଥିଲା ତୁରନ୍ତ ପରିବାର ଲୋକେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଔଷଧ ଆଣି ଖାଇବାକୁ ଦେଇଥିଲେ। ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଏତେ ଭୟଙ୍କର ଥିଲା ଯେ ସ୍ନେହାଶ୍ରୀଙ୍କ ସମ୍ପୂର୍ଣ ଦେହରେ ଲାଲ ପଡ଼ିଯିବା ସହ ଫୋଟକା ହୋଇ ଚମଡ଼ା ଉତୁରି ଥିଲା। ପରିବାର ଲୋକେ ତୁରନ୍ତ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ରେ ଏକ ଘରେଇ ଚିକିତ୍ସାଳୟ ଶିଶୁ ବିଭାଗ ଆଇସିୟୁ ରେ ଭର୍ତ୍ତି କରାଇଥିଲେ। ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ତେବେ ଛାତ୍ରୀଙ୍କ ବାପା ନୀଳଗିରି ରେ ଏକ ଲୁଗା ଦୋକାନ କରି ପରିବାର ଚଳାଉଥିବା ବେଳେ ଝିଅର ଚିକିତ୍ସା ପାଇଁ ଏବେ ଅର୍ଥ ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନଥିବାରୁ ପ୍ରଶାସନିକ ସ୍ତରରେ ଆର୍ଥିକ ସାହାଯ୍ୟ ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।
ନୀଳଗିରି,୧୫/୯(ଓଡ଼ିଶା ଆଦର୍ଶ): ସାଙ୍ଗ ସାଥୀ ମେଳରେ ବିଦ୍ୟାଳୟରେ ଗଣେଶ ପୂଜା ବହୁ ଧୁମଧାମରେ ପାଳିବା ପରେ ଘରକୁ ଆସିଲା ବେଳକୁ ଆସିଲା ଜ୍ଵର ଆଉ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଖାଇଥିଲେ ଔଷଧ । ହେଲେ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ହେବା ଯୋଗୁଁ ଛାତ୍ରୀଙ୍କ ଦେହରୁ ଚମଡା ଉତୁରି ଯାଉଛି। ଛାତ୍ରୀ ଜଣକ ଏବେ ଜୀବନ ମରଣ ସହ ଆଇସିୟୁ ଭିତରେ ଲଢେଇ କରୁଛି। ଏଭୋଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଧୋବଶିଳା ଗାଁ ରେ।



Post a Comment