ନୀଳଗିରି - ୨୧/୯ (ଓଡ଼ିଶା ଆଦର୍ଶ):ନୀଳଗିରି ବ୍ଲକ ଅଧୀନ ପିଠାହତା ପଞ୍ଚାୟତ ଯାମୁନା ଗ୍ରାମର ଉମାକାନ୍ତ ମଲ୍ଲିକ ଗତ ୨୦୧୯ ମସିହା ଫେବୃଆରୀ ମାସ ୨୮ ତାରିଖ ଦିନ ବାଜାଜ ଫାଇନାନ୍ସ କମ୍ପାନୀରୁ ଋଣ ଆଣି ଉଦଳା ବଜାଜ ଅଟୋ ଡିଲରଙ୍କ ଠାରୁ ଏକ ଡଲା ଅଟୋ କିଣିଥିଲେ।ଯାହାର ରେଜିଷ୍ଟ୍ରସନ ନମ୍ବର ଓଡି - ୧୧ ଆର /୨୭୪୯ ଅଟେ। ତେବେ ପ୍ରତିମାସ ଏହାର କିସ୍ତି ନିର୍ଦ୍ଦିଷ୍ଟ ସମୟରେ ପୈଠ କରି ଆସୁଥିବା ବେଳେ ଗତ ସେପ୍ଟେମ୍ବର ୧୯ତାରିଖରେ ସମ୍ପୂର୍ଣ୍ଣ କିସ୍ତି ଶୁଝି ଋଣମୁକ୍ତି ହେବା ପାଇଁ ୫୦ହଜାର ଟଙ୍କା ସହ ନିଜ ଅଟୋର ସ୍ତ୍ରୀ ଉର୍ମିଳା ମଲ୍ଲିକ ଏବଂ ବାପାଙ୍କ ସହିତ ଉଦଳା ଅଭିମୁଖେ ଯାଉଥିବା ବେଳେ ଦିନ ପ୍ରାୟ ୧୨.୩୦ସମୟରେ ଟାଙ୍ଗଣା ଫରେଷ୍ଟ ଗେଟ୍ ନିକଟରେ ୬/୭ଜଣ ଦୁର୍ବୃତ୍ତ ଅଟୋକୁ ଅଟକାଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ତେବେ ଅଟୋ ଅଟକିବା ପରେ ଦୁର୍ବୃତ୍ତ ମାନେ ଉମାକାନ୍ତଙ୍କୁ ଘୋଷାରି ନେଇଥିବା ବେଳେ ନାନାଦି ଭାଷାରେ ଗାଳି ଗୁଲଜ କରିଥିଲେ ଏବଂ ସ୍ତ୍ରୀ ଙ୍କୁ ମଧ୍ୟ ନାନା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅଟୋର ଥିବା ୫୦ହଜାର ଟଙ୍କା ସହ ଅଟୋକୁ ଜୋର ଜବରଦସ୍ତ ଛଡ଼ାଇ ନେଇଥିବା ଉମାକାନ୍ତଙ୍କ ସ୍ତ୍ରୀ ଉର୍ମିଳା ବରହମପୁର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ବରହମପୁର ପୋଲିସ କୌଣସି କାର୍ଯ୍ୟାନୁଷ୍ଠନ ନେଇନଥିବାରୁ ଆଜି ନୀଳଗିରି ଥାନାରେ ଉପସ୍ଥିତ ହୋଇ ଉପଖଣ୍ଡ ପୋଲିସ ଅଧିକ୍ଷକ ସରୋଜ କୁମାର ଉପାଧ୍ୟାୟଙ୍କ ଲିଖିତ ଅଭିଯୋଗ ସ୍ତ୍ରୀ ଉର୍ମିଳା କରିଥିଲେ। ତେବେ ଉକ୍ତ ଘଟଣାରେ ସଂପୃକ୍ତି ଥିବା ରେମୁଣା କଅଁରାଳି ଗ୍ରାମର ଚନ୍ଦନ ଗିରି, ଏବଂ ବରହମପୁର ଥାନା ଛତ୍ରପୁର ଗ୍ରାମର ରାଜେନ୍ଦ୍ର ସେଠୀଙ୍କୁ ଚିହ୍ନିଥିବା ବେଳେ ଅନ୍ୟମାନଙ୍କୁ ଦେଖିଲେ ଚିହ୍ନିବେ ବୋଲି ଅଭିଯୋଗକାରି ସୂଚନା ଦେଇଛନ୍ତି। ଏଥିସହିତ ସେମାନଙ୍କର ମୋବାଇଲ ନମ୍ବର ମଧ୍ୟ ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ କରିଥିବା ଜଣାଯାଇଛି।
Post a Comment