Header ADS

ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ



ଭୁବନେଶ୍ବର, ୧୮/୦୯(ଓଡ଼ିଶା ଆଦର୍ଶ): ବୁଧବାର ଆକାଶମାର୍ଗରୁ ରାଜ୍ୟରେ ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବନ୍ୟା ସ୍ଥିତି ସମୀକ୍ଷା କରିବା ପରେ ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟା ସ୍ଥିତିର ମୁକାବିଲା ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ସମୀକ୍ଷା ବୈଠକ ପରେ ବାଲେଶ୍ୱର ସ୍ଥିତି ଉଦବେଗଜନକ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଉଛି। ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ୨୪ ଘଣ୍ଟିଆ ସତର୍କ ରହିବାକୁ ବିଭିନ୍ନ ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ପରାମର୍ଶ ଦିଆଯାଇଛି। ବନ୍ୟା ପରବର୍ତ୍ତୀ ସମୟରେ ସୃଷ୍ଟି ହେବାକୁ ଥିବା ସ୍ୱାସ୍ଥ୍ୟଗତ ସମସ୍ଯା ଉପରେ ନଜର ରଖାଯିବ। ଏପର୍ଯ୍ୟନ୍ତ ୨ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଜଳବନ୍ଦୀ ଥିବା ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଜାରି ରହିଛି। ଆସନ୍ତା ଗୋଟିଏ ଦିନ ମଧ୍ୟରେ ସ୍ଥିତି ସ୍ୱାଭାବିକ ହେବା ଆଶା କରାଯାଉଛି।

Post a Comment

Previous Post Next Post
Header ADS