Header ADS

ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ପ୍ରତିଯୋଗିତା ଅନୁଷ୍ଠିତ



କନ୍ଧମାଳ,୨୮/୮(ବାଳକୃଷ୍ଣ କହଁର): କନ୍ଧମାଳ ଜିଲ୍ଲା  ଆର ନୂଆଗାଁ ବ୍ଲକ ଗୁଞ୍ଜି ଗାଁ ଠାରେ ଏକ  ନେତାଜୀ ଯୁବକ ସଂଘ ପକ୍ଷରୁ ଦୁଇ ଦିନିଆ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ସମିତିସଭ୍ୟ ଭାଗ୍ୟବାନ ବେହେରା, ସନମାନିତ ଭାବେ ଶ୍ରୀମତୀ ଭାଗ୍ୟବତୀ ମଲ୍ଲିକ,ସମାଜ ସେଵୀ ପ୍ରାଣେଶ୍ୱର ପ୍ରଧାନ, ଚେୟାରମେନ ମହିନି ମଲ୍ଲିକ, ସାମ୍ବାଦିକ ବାଳକୃଷ୍ଣ କହଁର, ଗାଁ ମୁଖିଆ ସନାତନ ପ୍ରଧାନ ଓ ଅଞ୍ଚଳ ର ମାନ୍ୟଗଣ୍ୟ  ବ୍ୟକ୍ତି ଯୋଗଦେଇଥିଲେ। ଏହି ଖେଳ ଦୁଇ ଦିନ ଧରି ଚାଲିଥିବା ବେଳେ ସମୁଦାୟ ୧୨ ଟି ଦଳ ଫୁଟବଲ ଟିମ  ରେ ଯୋଗଦେଇଥିବା ବେଳେ ଶେଷରେ ଫାଇନାଲ ମେଚ ବେହାଡାଡି ଏବଂ ଗାସୁକିଆ ମଧ୍ୟରେ ହୋଇଥିଲା ! ଏଥିରେ ବେହାଡାଡି ଟିମ କୁ ଏକ ଶୂନ ଗୋଲ ରେ ହରାଇ ଗାସୁକିଆ ଟିମ ବିଜୟୀ ଲାଭ କରିଥିଲା !  ଖେଳ ଦେଖିବାକୁ ବହୁ ଦୂର ଦୁରାନ୍ତରରୁଲୋକେ ଆସି ଉପଭୋଗ କରିଥିଲେ । ଶେଷରେ  ଅତିଥିମାନଙ୍କ ଦ୍ଵାରା ଉଭୟ ବିଜେତା ଓ ଉପବିଜେତା ଦଳ ମାନଙ୍କୁ ଟ୍ରଫି ସହ  ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା !

 


Post a Comment

أحدث أقدم
Header ADS