Header ADS

ଡିଭାଇନ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟଣକା ଗ୍ରାମରେ ବୃକ୍ଷ ରୋପଣ |

 



ନୀଳଗିରି,୩୧/୮(ଓଡ଼ିଶା ଆଦର୍ଶ):ନୀଳଗିରି ଉପଖଣ୍ଡ ଔପଦା ବ୍ଳକ ଅନ୍ତର୍ଗତ   ବାଉଁଶବଣିଆ ପଞ୍ଚାୟତ ଅଧିନସ୍ଥ ଟଣକା   ଗ୍ରାମରେ ନୀଳଗିରି ଅଗ୍ରଣୀ ସ୍ବେଛାସେବୀ ସଂଗଠନ  ଡିଭାଇନ ଚାରିଟେବୁଲ ଟ୍ରଷ୍ଟ   ତରଫରୁ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ  ସ୍ଥାନୀୟ  ସରପଞ୍ଚ ନିରଞ୍ଜନ ବାରିକ୍ ଏବଂ ୱାର୍ଡ ସଭ୍ୟ  କାର୍ତ୍ତିକ ନାୟକ ଯୋଗଦାନ କରିଥିଲେ।  ମୁଖ୍ୟ ଅତିଥି ଭାବେ ନୀଳଗିରି ବନାଞ୍ଚଳ  ଉପ ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ଲେଙ୍କା ଯୋଗଦାନ କରିଥିବା ବେଳେ  ଟ୍ରଷ୍ଟ ପକ୍ଷରୁ  ପୁଷ୍ପ ଗୁଚ୍ଛ ଦେଇ  ସମ୍ବର୍ଦ୍ଧନା କରାଯାଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ବାଲିଗୋହିରି  ରତ୍ନାକର ଟାଉନ୍ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିନୋଦ ବିହାରୀ ପଣ୍ଡା, ସାମାଜିକ କର୍ମୀ ଅସିତ କୁମାର ପ୍ରଧାନ  ଉପସ୍ଥିତ ଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିବା ବେଳେ   ଆସନ୍ତା କାଲି  ମଧ୍ୟ ବୃକ୍ଷରୋପଣ କରାଯିବାର  କାର୍ଯ୍ୟକ୍ରମ ରହିଛି ।  ଏଥିରେ ଟଣକା ଗ୍ରାମର ଅଧିବାସୀ ଓ ଯୁବବର୍ଗ ତଥା ଟ୍ରଷ୍ଟ ର  ୪୦ ରୁ ଉର୍ଦ୍ଧ୍ବ ଯୁବ ସଦସ୍ୟମାନେ  ସହଯୋଗ କରିଥିଲେ। ଆମର ମୁଖ୍ୟ ଉଦ୍ଦେଶ୍ୟ ବିଶ୍ୱରେ ଯେଁଉ ତାପମାତ୍ର ବୃଦ୍ଧି ହେବାକୁ ଲାଗିଛି, ଯାହା ସମାଧାନର ମୁଖ୍ୟତଃ  ବୃକ୍ଷ ର ଅଭାବ ଦେଖାଯାଇଛି | ତେଣୁ ଆମର ଏହି ବୃକ୍ଷ ରୋପଣ ଏତିକିରେ ସୀମିତ ନ ରହି ଆଗକୁ ଆହୁରି ଅଧିକ ବୃକ୍ଷ ରୋପଣ କରିବା ପାଇଁ ସଂକଳ୍ପ ବଧ୍ୟ ହୋଇଅଛୁ।  ଡିଭାଇନ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ  ସୁଶାନ୍ତ କୁମାର ମହାପାତ୍ର ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |

Post a Comment

أحدث أقدم
Header ADS