ନୀଳଗିରି,୦୪/୦୮ (ଓଡ଼ିଶା ଆଦର୍ଶ) ଆଜି ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତ ଅସ୍ତପଡ଼ିଆ ଠାରେ ଢୋଲପୁର ମିଲେନିୟମ ସ୍ପୋଟସ୍ କ୍ଲବ ଆନୁକୁଲ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନବ ନିର୍ବାଚିତ ସାଂସଦ ଏବଂ ବିଧାୟକ ଙ୍କୁ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ପରେ ନୂତନ କମ୍ୟୁନିଟି ସେଣ୍ଟର ଗୃହର ଶୁଭ ଉଦ୍ଘାଟନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , ମୁଖ୍ୟ ବକ୍ତା ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯୋଗଦେଇ ଆନୁଷ୍ଠାନିକ ଭାବେ ଫିତା କାଟି ଶୁଭ ଉଦ୍ଘାଟନ କରିଛନ୍ତି।
ଏହି ଅବସରରେ ମୂଲ୍ୟବାନ ବୃକ୍ଷରୋପଣ ମଧ୍ୟ କରିଥିଲେ ଉଭୟ ସାଂସଦ ଏବଂ ବିଧାୟକ। ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ୨ନମ୍ବର ଜୋନ ଜିଲ୍ଲା ପରିଷଦ ଶ୍ରୀମତୀ ଉଷାରାଣୀ ରାଉଳ, ଔପଦା ବ୍ଲକ୍ ଅଧ୍ୟକ୍ଷା କୁମାରୀ ବିସିବିପ୍ସା ପାତ୍ର, ଔପଦା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅନନ୍ତ ହାସଦା, ଔପଦା ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତି ମମତାରାଣୀ ମହାନ୍ତ, ଔପଦା କନିଷ୍ଠ ଯନ୍ତ୍ରୀ ଶ୍ରୀମତି ଗାୟତ୍ରୀ ଜେନା, ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଉପଦକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ରନାଥ ବେହେରା ଙ୍କ ସମେତ ଢୋଲପୁର ମିଲେନିୟମ ସ୍ପୋଟସ୍ କ୍ଲବ୍ ର ସମସ୍ତ ସଦସ୍ୟ ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
Post a Comment