ନୀଳଗିରି, ୭/୮ (ଓଡ଼ିଶା ଆଦର୍ଶ) କ୍ୟାନସରରେ ପୀଡ଼ିତ ରୋଗୀକୁ ସହାୟତା ର ହାତ ବଢ଼ାଇଛି ନୀଳଗିରି ଟ୍ରକ ମାଲିକ ସଂଘ। ସୂଚନା ଅନୁଯାୟୀ ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତ ରାଉଳଖୁଣ୍ଟା ଗ୍ରାମର ଦିବାକର ମହାନ୍ତି ଙ୍କ ପୁତ୍ର ଶୁଭଙ୍କର ମହାନ୍ତି (୧୭) ବର୍ଷ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଦିବାକର ଦିନ ମଜୁରୀଆ ଭାବେ କାମ କରି ପରିବାର ଭାର ସମ୍ଭଳିଥିବା ବେଳେ ପୁଆ ର ଉନ୍ନତ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏହିଭୋଳି ଏକ ଘଟଣା ବିଷୟରେ ଜାଣିବା ପରେ ସହାୟତାର ହାତ ବଢ଼ାଇଛି ନୀଳଗିରି ଟ୍ରକ ମାଲିକ ସଂଘ। ମଙ୍ଗଳବାର ସଂଘ କାର୍ଯ୍ୟାଳୟ ପରିସରରେ ସଂଘ ସଭାପତି ଶିଶିର କୁମାର ରାଉତ, ସମ୍ପାଦକ ମାନସ ବାରିକ୍, କୋଷାଧ୍ୟକ୍ଷ ବିରେନ୍ଦ୍ର ଆଯାର୍ଯ୍ୟ ସମେତ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ପୀଡ଼ିତ ଙ୍କ ପିତା ଦିବାକରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ତେବେ ନୀଳଗିରି ଟ୍ରକ ମାଲିକ ସଂଘ ର ସଭାପତି ଙ୍କ ଦ୍ଵାରା ବିଭିନ୍ନ ସମୟରେ ଏହିଭୋଳି ଅସହାୟ ଗରିବ ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଥିବାରୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି।
Post a Comment