Header ADS

ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମିଳିବ ଅବଢ଼ା।


ଓଡ଼ିଶା ଆଦର୍ଶ ବ୍ୟୁରୋ,୧୮/୮ -  ଶ୍ରୀମନ୍ଦିରରେ ମିଳିବ ମାଗଣା ମହାପ୍ରସାଦ । ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମିଳିବ ଅବଢ଼ା। ପ୍ରତ୍ୟେକ ଦିନ ଲକ୍ଷେରୁ ଅଢେଇ ଲକ୍ଷ ଭକ୍ତ ପାଇବେ ପ୍ରସାଦ। ଏନେଇ ଆଇନ ମନ୍ତ୍ରୀ ଦେଲେ ବଡ ବୟାନ । ମାଗଣା ପ୍ରସାଦ ବଣ୍ଟନ ପାଇଁ ବିଭିନ୍ନ ଦାତାଙ୍କ ସହ ଆଲୋଚନା ହୋଇଛି। ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତ ଅବଢ଼ା ଟିକିଏ ପାଇପାରିବେ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ଏବଂ ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ଯେଭଳି ଅଧାରୁ ବନ୍ଦ ନହୁଏ ସେ ଦିଗରେ ଆନୁସଙ୍ଗିକ ବ୍ୟବସ୍ଥା ମାନ ପ୍ରସ୍ତୁତ ହେଉଛି । 

              

ପ୍ରତ୍ୟେକ ଦିନ ପ୍ରାୟ ଏକରୁ ଦେଢ଼ ଲକ୍ଷ ଭକ୍ତ ଶ୍ରୀମନ୍ଦିର ଆସୁଥିବା ବେଳେ ପର୍ବ ପର୍ବାଣୀ ଦିନରେ ଦୁଇରୁ ଅଢେଇ ଲକ୍ଷ ଭକ୍ତ ଆସିଥାନ୍ତି। ସେମାନଙ୍କୁ କିଭଳି ଭାବରେ ମାଗଣା ମହାପ୍ରସାଦ ଯୋଗାଇ ଦିଆଯାଇପାରିବ ସେନେଇ ରୂପରେଖ ଦେବାକୁ ପ୍ରଚେଷ୍ଟା ଚାଲିଥିବା ବେଳେ ବିଭିନ୍ନ ଦାତାଙ୍କ ସହ ଆଲୋଚନା ମଧ୍ୟ ଚାଲିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସୁରେଶ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବେଳେ ଏହି ବ୍ୟବସ୍ଥା ଲାଗୁ କରିଥିଲେ। ଏଥି ପ୍ରତି ଜନ ସମର୍ଥନ ବଢିବାରୁ ଶ୍ରୀମନ୍ଦିର ପ୍ରଶାସନ ମାଗଣା ମହାପ୍ରସାଦ ସେବାକୁ ବୃହତ ଆକାରରେ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଏଥି ନିମନ୍ତେ ଶେଷଥର ୨୦୧୮-୧୯ ଆର୍ଥିକ ବଜେଟରେ ଦେଢ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ମାତ୍ର କୋଭିଡ୍ ପରଠୁ ଆଉ ଭକ୍ତଙ୍କୁ ମାଗଣା ମହାପ୍ରସାଦ ଦିଆଯାଉନି।

Post a Comment

Previous Post Next Post
Header ADS