Header ADS

ବଜ୍ରାଘାତରେ ଯୁବଚାଷୀ ମୃତ। ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀଙ୍କ ଦାବୀ।

 


ନୀଳଗିରି ,୧୬/୮(ଓଡ଼ିଶା ଆଦର୍ଶ)ନୀଳଗିରି ବ୍ଲକ ମାଟିଆଳୀ ପଞ୍ଚାୟତ ଗୋବିନ୍ଦପୁରା ଗ୍ରାମରରେ ବଜ୍ରାଘାତ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଗୋବିନ୍ଦପୁରା ଗ୍ରାମର ଯଦୁନାଥ ସିଂଙ୍କ ପୁଅ ରଣଜିତ୍ ସିଂ (୨୪) ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୮ ସମୟରେ ଘରୁ ବାହାରି ନିକଟସ୍ଥ ବିଲକୁ ଧାନ ରୋଇବା ପାଇଁ ଯାଇଥିଲେ। କ୍ଷେତରେ ଧାନ ରୋଇବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ସଙ୍ଗେ ସଙ୍ଗେ ଯୁବକ ରଣଜିତ୍ ଟଳି ପଡ଼ିଥିବା ବେଳେ ତାଙ୍କ ଶରୀରର ଅଧିକାଂଶ ସ୍ଥାନ ଜଳିଯାଇଥିବାର ଦେଖାଯାଇଥିଲା। ଏଥି ସହିତ ତାଙ୍କ ପକେଟରେ ଥିବା ମୋବାଇଲ ଫୋନ ଜଳିଯାଇଥିଲା। ତୁରନ୍ତ ପରିବାର ଲୋକ ସହିତ ସ୍ଥାନୀୟ ଲୋକ ନୀଳଗିରି ହସ୍ପିଟାଲ୍ ଆଣିଥିଲେହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ରଣଜିତ୍ ଜଣେ ଦିନ ମଜୁରୀଆ ଗରୀବ ଯୁବଚାଷୀ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

Post a Comment

Previous Post Next Post
Header ADS