ବାଲିଗୁଡା, ୮/୮ (ଓଡ଼ିଶା ଆଦର୍ଶ) ଦୁଇ ତିନି ଦିନ ହେବ ଦେହ ଖରାପ ହେଲାଣି । ଯନ୍ତ୍ରଣା ସହି ହେଉନି, କି କାହାକୁ କହି ହେଉନି ଡାକ୍ତରଖାନା ଯିବେ କେମିତି ଗାଁକୁ ରାସ୍ତା ଥିଲେ ତ। ଯେ ପର୍ୟ୍ୟନ୍ତ ଦେହ ଯନ୍ତ୍ରଣା ସମ୍ଭାଳିପାରିଲା ସେ ପର୍ୟ୍ୟନ୍ତ ସମ୍ଭାଳିନେଲେ। କିନ୍ତୁ ଯେତେବେଳେ ଯନ୍ତ୍ରଣା ଅସମ୍ଭାଳ ହେଲା ସେତେବେଳେ ଭାରାବାଡ଼ିରେ ବୁହା ହେଲେ ଡାକ୍ତରଖାନା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଗାଁରେ । ସୂଚନା ଅନୁଯାୟୀ କୁବେରିମୁଣ୍ଡା ଗାଁର ଜଣେ ମହିଳା ଅନନ୍ତି ପ୍ରଧାନ ଙ୍କ ଦେହ ଖରାପ ଥିଲା । ଶରୀରରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ହେଲେ ଗାଁକୁ ରାସ୍ତା ନଥିବାରୁ ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଅନ୍ୟ ଉପାୟ ନପାଇ ଗାଁ ଲୋକେ ଅନନ୍ତିଙ୍କୁ ଭାରାରେ ବୋହି ୩ କିଲୋମିଟର ବହିକି ଆଣି ବାଲିଗୁଡା ଡାକ୍ତରଖାନାକୁ ଆଣିଥିଲେ ।
ଏ କେବଳ ଅନନ୍ତିଙ୍କ ଦୁଃଖ କାହାଣୀ ନୁହଁ ।୨୦ରୁ ଉର୍ଦ୍ଧ ପରିବାର ନିଜ ଦେହକୁ ଏମିତି ଯନ୍ତ୍ରଣା ଦେଉଛନ୍ତି । କାରଣ ଉକ୍ତ ଗାଁକୁ ଭଲ ରାସ୍ତା ନାହିଁ । ରାସ୍ତା ନଥିବା କାରଣରୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି ତେଣୁ ନିଜ ଦେହ ଖରାପ କଥା ପଡ଼ିଲେ ସେମାନେ ଅସହାୟ ହୋଇପଡ଼ନ୍ତି । ଜିଲ୍ଳା ପ୍ରଶାସନ ଉକ୍ତ ଗ୍ରାମକୁ ଭଲ ରାସ୍ତାଟିଏ କରିବାକୁ ଅଞ୍ଚଳବାସି ଦାବି କରିଛନ୍ତି।
إرسال تعليق