Header ADS

ବନବିଭାଗ ଙ୍କ ବିନା ଅନୁମତିରେ କାଟିଲେ ସ୍କୁଲ ପରିସରରେ ଥିବା ଶାଗୁଆନ ଗଛ।

 


ବାଲିଗୁଡା, ୮/୮ (ଓଡ଼ିଶା ଆଦର୍ଶ ) ବାଲିଗୁଡା ଉପଖଣ୍ଡ ବନ ଅଧିକାରୀଙ୍କ ବିନା ଅନୁମତିରେ  କାଟିଲେ ସ୍କୁଲ ପରିସରରେ ଥିବା ଶାଗୁଆନ ଗଛ। ଏମିତି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ପାଟ୍ଟଖଣ୍ଡା ଉଚ୍ଚ ବିଦ୍ୟାପୀଠ ରେ। ସୂଚନା ଅନୁଯାୟୀ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଉପଖଣ୍ଡ ବନାଞ୍ଚଳ ଅଧିକାରୀ ବାଲିଗୁଡା ଙ୍କୁ ଏକ ଆବେଦନ ପତ୍ର ଲେଖିଥିଲେ ଯେ ବାଲିଗୁଡା ପାଟ୍ଟଖଣ୍ଡା ଉଚ୍ଚ ବିଦ୍ୟାପୀଠ ପରିସରରେ ଏକ ଶାଗୁଆନ ଗଛ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। ଏହି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଶାଗୁଆନ ଗଛ କାଟିବା ନିମନ୍ତେ ଆଦେଶନାମା ଦିଅନ୍ତୁ, କାରଣ ବର୍ଷା ଦିନ ଆସିଲେ କେତେବେଳେ ଯେ କାହା ଉପରେ ଭାଙ୍ଗି ପଡ଼ିବ କହିହେବନି ତେଣୁ ଗଛ କାଟିବା ନିମନ୍ତେ ଏକ ଦରଖାସ୍ତ ଲେଖିଥିଲେ। ହେଲେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଅନୁପସ୍ଥିତ ଥିବା ସମୟରେ ବିଦ୍ୟାପୀଠ ର କିଛି କର୍ମଚାରୀ  ବାନାଞ୍ଚଳର ବିନା ପରାମର୍ଶରେ ଗଛ କାଟି ପଟା ତିଆରି କରି ନିଜ କାମରେ ଲଗେଇବା ନିମନ୍ତେ ନେବା ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବନବିଭାଗ ଚଢାଉ କରି ସମସ୍ତ କଟାଯାଇଥିବା ଗଛ ଓ ପଟା କୁ ଜବତ କରିଥିବା ସୂଚନା ଅଛି। କାହା ନିର୍ଦ୍ଦେଶରେ ଶାଗୁଆନ ଗଛ କଟାଗଲା, ପୁଣି ଏଥିପାଇଁ ଦାୟୀ କିଏ ? ପୁଣି ଦୋଷୀ କୁ ପ୍ରକୃତରେ ସଜା ଦିଆଗଲାକି ? ସ୍ଥାନୀୟ ଅଞ୍ଚଳରେ ପୁଣି ଗାଁ ସଭାପତି ମଧ୍ୟ ଉଦବେଗ ପ୍ରକାଶ କରିବା ସହ ଆଲୋଚନାର ବିଷୟ ପାଲଟିଛି।

Post a Comment

أحدث أقدم
Header ADS