Header ADS

ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅତିରିକ୍ତ ଅଧ୍ୟାପନା କାର୍ଯ୍ୟକ୍ରମ ଆୟୋଜିତ।

 



ନୀଳଗିରି, ୦୩/୦୮ (ଓଡ଼ିଶା ଆଦର୍ଶ) ଫକୀର ମୋହନ ବିଶ୍ୱବିଦ୍ୟାଳୟର ମାଇକ୍ରୋବାୟୋଲୋଜି ବିଭାଗ ଦ୍ବାରା ଏକ ଅତିରିକ୍ତ ଅଧ୍ୟାପନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି। 

ଆପ୍ଲାଏଡ୍ ମାଇକ୍ରୋବାୟୋଲୋଜି ସଂଯୋଜକ ଡ଼କ୍ଟର ଏଲସା ପଣ୍ଡିତଙ୍କ ସ୍ୱାଗତ ସମ୍ବୋଧନ ସହିତ ଏହି ବୈଠକ ଆରମ୍ଭ ହୋଇଥିଲା। ଏଥିରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଜୀବନ ବିଜ୍ଞାନ ବିଭାଗର ପ୍ରଫେସର ଚଣ୍ଡି ଚରଣ ରଥ, ବିଶେଷଜ୍ଞ ତଥା ମୂଖ୍ଯବକ୍ତା ଭାବରେ ଯୋଗଦାନ କରିଥିଲେ। "ମାନବ କଲ୍ୟାଣ ପାଇଁ ମାଇକ୍ରୋବିୟାଲ୍ ବାୟୋଟେକ୍ନୋଲୋଜି ” ନାମକ ମୂଖ୍ଯ ପ୍ରସଙ୍ଗ ନେଇ ସେ ନିଜର ତଥ୍ଯ ସମୂହ ଉପସ୍ଥାପନା ଓ ଆଲୋଚନା କରିଥିଲେ। 

ଏହି କାର୍ଯ୍ୟକ୍ରମରେ , ଆପ୍ଲାଏଡ୍ ମାଇକ୍ରୋବାୟୋଲୋଜି ବିଭାଗର ଆଡଜଙ୍କ୍ଟ ପ୍ରଫେସର ପ୍ରଫେସର ଅକ୍ଷୟ କୁମାର ବସ୍ତିଆ ମୂଖ୍ଯବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ ।  ଜୈବ ବିଜ୍ଞାନ ଏବଂ ବାୟୋଟେକ୍ନୋଲୋଜି ବିଭାଗ ମୂଖ୍ଯ ଡ଼କ୍ଟର ଭରତ ଭୂଷଣ ପଟ୍ଟନାୟକତ ତଥା ସଂଯୋଜକ ଓ ଉଦ୍ଭିଦ ବିଜ୍ଞାନ ବିଭାଗର ଡ଼କ୍ଟର ମିହିର ତନୟ ଦାସ, ଏହି ସମାବେଶକୁ ସମ୍ବୋଧିତ କରି ଛାତ୍ରଛାତ୍ରୀଙ୍କୁ ଏହି ଅତିରିକ୍ତ ଅଧ୍ୟାପନାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। 


ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଏହି ସମାବେଶକୁ ସମ୍ବୋଧିତ କରି ଆମ ଆଖପାଖରେ ଥିବା ମାଇକ୍ରୋବ ଗୁଡିକର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ପ୍ରଫେସର ଚଣ୍ଡି ଚରଣ ରଥ ନିଜ ଉପସ୍ଥାପନାରେ , ପ୍ରକୃତିରେ ଜୀବିତ ମାଇକ୍ରୋବ ର ବିକାଶ ଏବଂ ଖାଦ୍ୟ, ଔଷଧ, ପରିବେଶ ସ୍ଥିରତା ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ମାନବ ସଭ୍ୟତା ସହିତ ଏହାର ସହଭାଗିତା ବିଷୟରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଗବେଷଣାତ୍ମକ ଅଧ୍ୟୟନ ନିମନ୍ତେ ଉତ୍ସାହିତ କରିଥିଲେ । ଏହି ପ୍ରସଙ୍ଗଟିର ଆଲୋଚନାରୁ ସୂଚିତ ହେଲା ଯେ ‘ମାଇକ୍ରୋବସ୍ ବିନା ବିଶ୍ୱ ନିର୍ଜୀବ ହୋଇଥାଏ’ । ଏହି ଅଧ୍ୟାପନା କାର୍ଯ୍ୟକ୍ରମରେ ବିଭିନ୍ନ ବିଜ୍ଞାନ ବିଭାଗ , ମୁଖ୍ୟତଃ ଜୈବ ବିଜ୍ଞାନ ଏବଂ ବାୟୋଟେକ୍ନୋଲୋଜି, ଆପ୍ଲାଏଡ୍ ମାଇକ୍ରୋବାୟୋଲୋଜି, ଉଦ୍ଭିଦ ଏବଂ ପ୍ରାଣୀ ବିଜ୍ଞାନ ବିଭାଗର 

ପ୍ରାୟ ଜଣ ୧୫୦ ଛାତ୍ରଛାତ୍ରୀ, ଗବେଷଣାରତ ଅଧ୍ୟାପକ-ଅଧ୍ୟାପିକା

ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡ଼କ୍ଟର ଶ୍ବେତା ନାୟକ ପରିଚାଳନା କରିଥିଲେ ଏବଂ ଡ଼କ୍ଟର ସୁଭ୍ରକାନ୍ତ ଜେନାଙ୍କ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।


Post a Comment

Previous Post Next Post
Header ADS