Header ADS

ହାଇଦ୍ରାବାଦ ର ଏକ ଘରୋଇ କମ୍ପାନୀର ଶ୍ରମିକ ଙ୍କ ମୃତ୍ୟୁ କୁ ନେଇ ରାସ୍ତାରୋକ।

 


ନୀଳଗିରି,୨୮/୮(ଓଡ଼ିଶା ଆଦର୍ଶ):ନୀଳଗିରି ଝରଣଘାଟି ରାଜ୍ୟ ରାଜପଥ ର ଛତ୍ରପୁର ନିକଟରେ ରାସ୍ତା ରୋକ କରିଛନ୍ତି ଶତାଧିକ ଗ୍ରାମବାସୀ। ସୂଚନା ଅନୁଯାୟୀ ସୁଦୂର ହାଇଦ୍ରାବାଦ ରେ ଥିବା ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟରତ ଠିକା ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଠିକାଦାର ହାଇଦ୍ରାବାଦ ରେ ଶ୍ରମିକ ମାନଙ୍କୁ ଚାଲାଣ କରି ବିକ୍ରି କରିଥିବାର ପରିବାର ପକ୍ଷରୁ ସ୍ଥାନୀୟ ବରହମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଛତ୍ରପୁର ଗ୍ରାମର ପ୍ରଭାକର ମହାକୁଡ଼ ଙ୍କ ପୁଅ ପ୍ରତାପ ମହାକୁଡ଼ ଓରଫ ବୁଲୁ ର ମୃତ ଦେହ ଛତ୍ରପୁର ଠାରେ ପହଞ୍ଚିବା ପରେ ନ୍ୟାୟ ପାଇଁ ରାସ୍ତା ରୋକ୍ କରିଛନ୍ତି ଗ୍ରାମବାସୀ।


ଛତ୍ରପୁର ଗ୍ରାମର ପରେଶ କୁମାର ଦାସ ଗତ ୯ ମାସ ତଳେ କାମ ଦେବାକୁ କହି ହାଇଦ୍ରାବାଦ ର ଏକ ଘରୋଇ କମ୍ପାନୀରେ କାମ ଦେବାକୁ କହି ଭର୍ତ୍ତି କରିଥିଲେ | ପରବର୍ତ୍ତୀ ସମୟରେ ପ୍ରତାପକୁ ଖାଇବା ବିଇବା ଏବଂ ମାସିକ ଦରମା ଦେବାରେ କମ୍ପାନୀ ପକ୍ଷରୁ ହଇରାଣ କରିବା ପରେ ପ୍ରତାପ କୁଉକ୍ତ କମ୍ପାନୀ ପକ୍ଷରୁ ନଜର ବନ୍ଦୀରେ ରଖାଯାଇଥିଲା | ଏନେଇ ପ୍ରତାପ ପରିବାର ଲୋକଙ୍କୁ ଫୋନ ଯୋଗେ କହିଥିଲେ | ପରବର୍ତ୍ତୀ ସମୟରେତମେ ଆସି ମୋତେ ଘରକୁ ନେଇଯାଅ ବୋଲି କାନ୍ଦି କହିଥିଲେ | ଏପଟେ ପରେଶ କୁ ଘଟଣା ବାବଦରେ କହିବାରୁ ପରେଶ ଆଉ ଧରାଛୁଆଁ ଦେଇନଥିଲା | ପରେ କମ୍ପାନୀ ରୁ ପ୍ରତାପ ର ମୃତ୍ୟୁ ହୋଇ ଯାଇଛି ବୋଲି ଖବର ଆସିବା ପରେ ପରେଶ ଫେରାର ହୋଇ ଯାଇଥିଲା | ତେବେ ରାସ୍ତା ରୋକ୍ ଫଳରେ ଛତ୍ରପୁର ଛକର ଉଭୟ ରାସ୍ତାରେ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିବା ବେଳେ ଧାରଣା କାରୀଙ୍କ ସହିତ ବରହମପୁର ପୋଲିସ ପହଞ୍ଚି ଆଲୋଚନା ଜାରି ରଖିଥିବା ଦେଖିବାକୁ ମିଳିଛି।

Post a Comment

Previous Post Next Post
Header ADS