ନୀଳଗିରି,୨୫/୮(ଓଡ଼ିଶା ଆଦର୍ଶ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆଭାସି ମାଧ୍ୟମରେ ଉଦ୍ଘାଟିତ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅବସରରେ ଆଜି ନୀଳଗିରି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଲକ୍ଷପତି ଦିଦିଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ନୀଳଗିରି ବ୍ଲକ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳଗିରି ବିଡିଓ ଦାୟିତ୍ଵରେ ଥିବା ଆଇଏଏସ ଅଧିକାରୀ ଦୁଧାଲ ଅଭିଷେକ ଦିଲ୍ଲୀପ ସଭାପତିତ୍ବ କରିଥିବା ବେଳେ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ମୁଖ୍ୟଅତିଥି ଭାବରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଏଭଳି ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ସ୍ଵରୋଜଗାର କରି ପରିବାର ପୋଷଣ କରିବା ସହିତ ଦେଶରେ ମହିଳା ପ୍ରଗତିରରେ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ସହାୟକ ହେବ ବୋଲି ଉପସ୍ଥିତ ମାଆ, ଭଉଣୀ ମାନଙ୍କୁ ଉଦବୋଧନ ଦେଇଥିଲେ।
ତେବେ ଉକ୍ତ ଲକ୍ଷପତି ଦିଦି ଯୋଜନାର ଚୟନ ପ୍ରକ୍ରିୟା ନେଇ ଉପସ୍ଥିତ ମହିଳା ମାନଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିବା ବେଳେ ଏମ. ବି. କେ ଓ ସି. ଆର. ପି ମାନଙ୍କର ଭୂମିକାକୁ ନଜର ଅନ୍ଦାଜ୍ କରାଯାଇ ନପାରେ। ତେବେ ଲକ୍ଷପତି ଦିଦି ଯୋଜନାରେ ସାମିଲ ହୋଇନଥିବା ମହିଳାଙ୍କୁ ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ସାମିଲ କରାଯିବ ବୋଲି ନୀଳଗିରି ବ୍ଲକ ଓଡ଼ିଶା ଜୀବିକା ମିଶନ ଅଧିକାରୀ ଅର୍ଜୁନ ପାଲ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଉପାଧ୍ୟକ୍ଷ ଜ୍ୟୋତିର୍ମୟ ପୁଥାଳ,ବିଏଲ୍ ସି ରତ୍ନକାନ୍ତି ପରିଡା, ଗୋଷ୍ଠୀ ପ୍ରକଳ୍ପ ସଂଯୋଜିକା ବିଭବରୀ ରାଉତ ମଞ୍ଚାସିନ ଥିବା ବେଳେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀର ଶତାଧିକ ମହିଳା ଉପସ୍ଥିତ ଥିଲେ।
إرسال تعليق