Header ADS

ଜରାଶ୍ରମ ପ୍ରତିଷ୍ଠାତା ସ୍ବର୍ଗତ ପୁରୁଷୋତ୍ତମ ବେହେରାଙ୍କର ଏକାଦଶାହ ରେ ସ୍ମୃତି ସଭା |



ନୀଳଗିରି,୨୫/୮(ଓଡ଼ିଶା ଆଦର୍ଶ):ମଣିଷ ର ମୃତ୍ୟୁ ହୋଇଥାଏ ସତ , କିନ୍ତୁ ତାର ସତ୍ କର୍ମ, ଅନାବିଳ ପ୍ରେମ, ଭାତୃଭାବ, ନୀତି ଆଦର୍ଶ,ପରାକାଷ୍ଠା ଭଲି ମହାନ ଗୁଣ ସବୁଦିନ ପାଇଁ ତାକୁ ଅମର କରି ରଖେ | ନୀଳଗିରି ଉପକଣ୍ଠ ଭୂଇଁପଡ଼ା ଗ୍ରାମରେ ଅସହାୟ ବୃଦ୍ଧ ବୃଦ୍ଧା ଙ୍କ ପାଇଁ ଗଢି ଉଠିଥିବା ଦିବ୍ୟ ମନ୍ଦିର ଜରାଶ୍ରମ ର ପ୍ରାଣ ପ୍ରତିଷ୍ଠାତା ପୁରୁଷୋତ୍ତମ ବେହେରା ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କର ସତ୍ କର୍ମ, ଦିନ ଦୁଃଖି ଙ୍କ ପାଇଁ ସଦା ସର୍ବଦା କାନ୍ଦୁଥିବା, ଦରଦୀ ମଣିଷ ଭଳି ଭଲ ମଣିଷ ଟିଏ ଥିଲେ ସେ | ଆଜି ତାଙ୍କର ଏକାଦଶାହ କର୍ମ ଅବସରରେ ବୃଦ୍ଧାଶ୍ରମ ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା | ଅପରାହ୍ନ ରେ ପ୍ରଥମେ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପରେ ତାଙ୍କର ସ୍ମୃତି ଚାରଣ କରାଯିବା ପରେ ମହାନ ଆତ୍ମା ର ସଦଗତି ପାଇଁ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ଠାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ସେ ୫/୯/୧୯୫୧ରେ ଭୂଇଁପଡ଼ା ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ | ପିଲାଟି ଦିନରୁ ସେବା ମନବୃତ୍ତି ତାଙ୍କ ମନରେ ଥିଲା | ପାଠ ପଢ଼ାରେ ଡୋରି ବନ୍ଧା ହେବା ପରେ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରିଆସୁଥିଲେ | ପରବର୍ତ୍ତୀ ସମୟରେ ସେ ଏକ ପେସାଦାର କାଠ ମିସ୍ତ୍ରୀ ଭାବରେ ବେଶ ଜଣାସୁଣା ଥାଇ ବୟସର ସାୟାହ୍ନ ରେ ନିଜ ସମ୍ପତ୍ତି ରେ ଏକ ବୃଦ୍ଧାଶ୍ରମ ତିଆରି କରି ସଭିଙ୍କ ମଙ୍ଗଳ ଉଦେଶ୍ୟରେ ସମର୍ପଣ କରିଥିଲେ ଏବଂ ନିଜେ ମଧ୍ୟ ରହୁଥିଲେ। ବାର୍ଦ୍ଧକ୍ୟ ଜନିତ କାରଣରୁ ବିଭିନ୍ନ ରୋଗରେ ରୋଗାକ୍ରାନ୍ତ ହେବା ପରେ ଚଳିତ ମାସ ୧୫ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ଆଜି ତାଙ୍କର ଏକାଦାଶାହ ରେ ବୃଦ୍ଧାଶ୍ରମ ପରିସର ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବାବେଳେ ସ୍ମୃତି ଚାରଣ ସଭା ରେ ଉପସ୍ଥିତ ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବୃଦ୍ଧାଶ୍ରମ ର ସଭାପତି ସୁମନ୍ତ ସ, ଉପ ସଭାପତି ଅର୍ଣ୍ଣପୂର୍ଣ୍ଣା ନାୟକ, ସମ୍ପାଦକ ଜନ୍ମେଜୟ ଶତପଥୀ, ସହ ସମ୍ପାଦକ ରଞ୍ଜନ କୁମାର ଦଳେଇ, କୋଷାଧକ୍ଷ ସୁଶାନ୍ତ କୁମାର ନାୟକ, ସଂଯୋଜକ ମହେଶ ମଳିକ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଶରତ ଚନ୍ଦ୍ର ପଣ୍ଡା, ହାଡିବନ୍ଧୁ ପାତ୍ର, ଅନ୍ତରଜ୍ୟାମି ମହାପାତ୍ର, ଙ୍କ ସମେତ ପରିବାର ର ବଡ଼ ଜ୍ୱାଇଁ ପ୍ରଶାନ୍ତ ମହାନ୍ତି, ଝିଅ କବିତା ମହାନ୍ତି, ନାତି ଦେବଜ୍ୟୋତି ମହାନ୍ତି, ବଡ଼ ପୁଅ ବସନ୍ତ ବେହେରା, ବଡ଼ ବହୁ ସ୍ନେହଲତା ବେହେରା, ସାନ ପୁଅ ହେମନ୍ତ ବେହେରା, ସାନ ବହୁ ପାର୍ବତୀ ବେହେରା, ନାତୁଣୀ ବନସ୍ମିତା ବେହେରା ଙ୍କ ସମେତ ଆଶ୍ରମ ବାସୀ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS