Header ADS

ଆସିଲା ସୁଭଦ୍ରା ଏସଓପି : ଜାଣନ୍ତୁ କିଏ ପାଇବେ ।


ଭୁବନେଶ୍ୱର,୨୩/୮(ଓଡ଼ିଶା ଆଦର୍ଶ): ସୁଭଦ୍ରା ଯୋଜନାର ଏସଓପି ଆସିଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଘୋଷଣା କରିଛନ୍ତି । ଏହି ଯୋଜନାରେ ଦୁଇ କିସ୍ତିରେ ଟଙ୍କା ମିଳିବ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ । ପ୍ରତି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ମିଳିବ । ଗତକାଲି କ୍ୟାବିନେଟ ବୈଠକରେ ସୁଭଦ୍ରା ଯୋଜନା ଏସଓପିରେ ମୋହର ଲାଗିଥିଲା । ୨୧ ରୁ ୬୦ ବର୍ଷର ମହିଳାଙ୍କୁ ଏହି ଟଙ୍କା ମିଳିବ । 

ସୂଚନାଯୋଗ୍ୟଯେ, ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବା ପାଇଁ ଘୋଷଣା କରାଯାଇଥିଲା । ଦୁଇବର୍ଷରେ ମହିଳାଙ୍କୁ ଏହି ଟଙ୍କା ମିଳିଥା'ନ୍ତା । ତେବେ ଗୋଟିଏ କିସ୍ତିରେ ୫ ହଜାର ଟଙ୍କା ମିଳିଲେ ଦୁଇଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ମିଳିବ । ଡିବିଟି ମାଧ୍ୟମରେ ଏହି ଟଙ୍କା ମିଳିବ । ୧ କୋଟି ମହିଳାଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ । ଚଳିତ ବର୍ଷ ବଜେଟରେ ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯିବ । 

ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେଯେ, ୨୦୨୪-୨୫ରୁ ଆରମ୍ଭ ହୋଇ ୨୦୨୮-୨୯ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏଥିପାଇଁ ୫୫୮୨୫ କୋଟି ଟଙ୍କା ଖର୍ଚ୍ଚ ହେବ । ରାକ୍ଷୀ ପୂର୍ଣ୍ଣିମା ଓ ମାର୍ଚ୍ଚ ୮ ମହିଳା ଦିବସରେ ୫ ହଜାର ଟଙ୍କା ପ୍ରଦାନ କରାଯିବ । ୫ ବର୍ଷରେ ୫୦ ହଜାର ଟଙ୍କା ମିଳିବ । ସେହିପରି ସୁଭଦ୍ରା ଡେବିଟ୍ କାର୍ଡ଼ ମଧ୍ୟ ପ୍ରଦାନ କରାଯିବ । ସରକାରୀ ଯୋଜନାରେ ମାସିକ ୧୫ ଶହ ଟଙ୍କା କିମ୍ବା ବାର୍ଷିକ ୧୮ ହଜାର ଟଙ୍କା ବା ଅଧିକ ସହାୟତା ରାଶି ପାଉଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବେନାହିଁ । ତେବେ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଳକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଆଦିରେ ମାଗଣାରେ ଫର୍ମ ଉପଲବ୍ଧ ହେବ ।

Post a Comment

Previous Post Next Post
Header ADS