ନୀଳଗିରି,୨୧/୮(ଓଡ଼ିଶା ଆଦର୍ଶ):ବିଲକୁ ତଳି ନେଇ ଯାଇଥିବା ବେଳେ ବଜ୍ରାଘାତରେ ଚାଲିଗଲା ଶ୍ରମିକଙ୍କ ଜୀବନ।ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧୀନ ଦକ୍ଷିଣ ନରସିଂହପୁର ପଞ୍ଚାୟତ ଉଲଡଙ୍ଗ ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା।ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ଗରଡି ପଞ୍ଚାୟତ ଅସ୍ତରଖୀ ଗାଁ ର ଆଜି ଚାରି ଜଣ ଶ୍ରମିକ ବିଲ କାମ କରିବା ପାଇଁ ଉଲଡଙ୍ଗ ଗାଁ କୁ ଆସିଥିଲେ ଦୁଇ ଜଣ ଅନ୍ୟ ଚାଷ ଜମିରେ କାମ କରୁଥିବା ବେଳେ ଭୀମ ମାଝୀ ଏବଂ ସ୍ତ୍ରୀ ସୀତା ମାଝୀ ଉଲଡଙ୍ଗ ଗାଁ ର ପ୍ରିୟବ୍ରତ ସ୍ୱାଇଁ ଙ୍କ ବିଲକୁ ଚାଷ କାମ ପାଇଁ ଯାଉଥିବା ସମୟରେ ଅଚାନକ ଭୀମ ମାଝୀଙ୍କ ଉପରେ ବଜ୍ରାଘାତ ହୋଇଥିଲା ଫଳରେ ଭୀମ ମାଝୀ ସଂଜ୍ଞାହୀନ ଭାବେ ଗୁରୁତର ହୋଇପଡିଥିଲେ। ଜମୀ ମାଲିକ ତୁରନ୍ତ ୧୦୮ ଯୋଗେ ଭୀମ ମାଝୀ ଙ୍କୁ ନୀଳଗିରି ଡ଼ାକ୍ତରଖାନାକୁ ଆଣିଥିଲେ ହେଁ ଡ଼ାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ତେବେ ଭୀମ ମାଝୀଙ୍କ ଦୁଇ ଝିଅ ଜଣେ ପୁଅ ଥିବା ଜଣାପଡିଛି।
إرسال تعليق