ବାଲିଗୁଡା, ୨୦/୮(ସନ୍ଦିପ କୁମାର ନାୟକ):କନ୍ଧମାଳ ଜିଲ୍ଲାରେ ଦଙ୍ଗା ଗୁଜବ କୁ ନେଇ ବାରଖମା ଠାରେ ବାଲିଗୁଡା ପୋଲିସ ର ଫ୍ଲାଗ ମାର୍ଚ୍ଚ। କିଛି ଦିନ ହେବ ଦଙ୍ଗା ପରିସ୍ଥିତି ସୃଷ୍ଟି କରିବାକୁ ସୋସିଆଲ ମିଡିଆରେ ଅପ ପ୍ରଚାର ପ୍ରସାର ହେଉଥିବା ବେଳେ ଏହି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଠାରେ ଏକ ଶାନ୍ତି ସଚେତନତା ବୈଠକ ଅନୁଷ୍ଠିତ ହୋଇଅଛି, ପୁଣି ବାରଖମା ଠାରେ ବାଲିଗୁଡା ପୋଲିସ ପକ୍ଷରୁ ଏକ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏକ ଜରୁରୀ କାଳୀନ ବୈଠକ ବାଲିଗୁଡା ଥାନା ପରିସରରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନେତୃତ୍ୱରେ ଶାନ୍ତି ସଚେତନତା ବୈଠକ ଅନୁଷ୍ଠିତ ହୋଇଅଛି। ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାହୁଲ ଗୋୟେଲ, ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ ସାହୁ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା , କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ ଙ୍କ ସମେତ ହିନ୍ଦୁ ସଂଗଠନ, ଖ୍ରୀଷ୍ଟିଆନ ସଂଗଠନ, ବିଭିନ୍ନ ଦଳର ଲୋକପ୍ରତିନିଧି ମାନେ ଉପସ୍ଥିତ ଥିଲେ। ବିଗତ ଦିନରେ ବାଂଲାଦେଶ ରେ ଦେଖାଦେଇଥିବା ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ନେଇ ପରିସ୍ଥିତି ଅଶାନ୍ତ ରହିଥିବା ବେଳେ କିଛି ମୁଷ୍ଠିମେୟ କୁପ୍ରକୃତି ବ୍ୟକ୍ତି ବିଭିନ୍ନ ସୋସିଆଲ ମିଡିଆରେ ଲୋକଙ୍କୁ ବିଭ୍ରାନ୍ତ କଲାଭଳି, ଦଙ୍ଗା ସୃଷ୍ଟି କଲାଭଳି ପ୍ରଚାର ପ୍ରସାର କରୁଛନ୍ତି। ଏହି ଭଳି ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ମଧ୍ୟ ଦାବି ହେଉଛି।ଏହି ପ୍ରଚାର ପ୍ରସାର କୁ ସମସ୍ତ ସଂଗଠନ ପକ୍ଷରୁ ଘୋର ନିନ୍ଦା କରାଯିବା ସହିତ କନ୍ଧମାଳ ଜିଲ୍ଲାରେ ପୁଣି ବାଲିଗୁଡା ରେ କିପରି ଭାଇ ଚାରା ଅକ୍ଷୁଣ୍ଣ ରହିବ ସେ ବିଷୟରେ ବାଲିଗୁଡା ପୋଲିସ ପୁଣି ସବୁ ଧର୍ମର ଲୋକମାନଙ୍କୁ ଅପ ପ୍ରଚାର ପ୍ରସାର ପ୍ରତି ସାବଧାନ ରହିବା ନିମନ୍ତେ ବାଲିଗୁଡା ପୋଲିସ ନିବେଦନ କରିଛନ୍ତି।
إرسال تعليق