ନୀଳଗିରି,୧୪/୮(ଓଡ଼ିଶା ଆଦର୍ଶ)ଡେପୁଟି କଲେକ୍ଟର ପରୀକ୍ଷିତ ଜେନା ଙ୍କ ଘରେ ଭିଜିଲାନ୍ସ ରେଡ଼,ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ରେ ହେଉଛି ରେଡ଼।ବାଲେଶ୍ଵର ଜିଲ୍ଲା ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନା ଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ଼। ନୀଳଗିରି Nac ବାଲିଗୋହରୀ ସ୍ଥିତ ଭଡା ଘରେ ରେଡ଼ ଚାଲିଥିବା ବେଳେ ଭଦ୍ରକ ସ୍ଥିତ ନିଜସ୍ୱ ଘର ଏବଂ ମୟୁରଭଞ୍ଜରେ ବି ରେଡ଼ ଚାଲିଥିବାର ସୂଚନା ରହିଛି।
ମୟୁରଭଞ୍ଜ ଜିଲ୍ଲା ସୁଳିଆପଦା ବ୍ଲକରେ ବିଡିଓ ଥିବାବେଳେ ମିନେରାଲ ବିଏରିଂ ଏରିଆ ଡେଭଲପମେଣ୍ଟ ପାଇଁ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଆଜି ୬ ଜଣିଆ ଭିଜିଲାନ୍ସ ଟିମ ଏହି ଚଢ଼ାଉ ରେ ସାମିଲ୍ ହୋଇଥିବା ବେଳେ,୨ ଜଣ ଆଡିସନାଲ ଏସପି, ୪ ଜଣ ଡ଼ିଏସପି, ୬ ଜଣ ଇନିସପେକ୍ଟର ଙ୍କ ସମେତ ୭ ଜଣ ଏଏସଆଇ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।
Post a Comment