Header ADS

ନୀଳଗିରି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନାଁରେ ଅଭିଯୋଗ


ନୀଳଗିରି,୨୮/୮(ଓଡ଼ିଶା ଆଦର୍ଶ):ନିଳଗିରି ଏନ୍ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ ବିବାଦ ପରେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ନିଳଗିରି ଏନ୍ ଏ ସି ବିଭିନ୍ନ ଉନ୍ନତିମୁଳକ କାର୍ଯ୍ୟରେ ନିମ୍ନମାନର କାର୍ଯ୍ୟ କରି  ଲକ୍ଷ ଲକ୍ଷ ଟଙ୍କାକୁ ହରିଲୁଟ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ସମସ୍ତ ଦସ୍ତାବିଜର ନକଲ ନେଇଥିବା ବେଳେ କାଳେ ଭିଜିଲାନ୍ସ ଜାଲରେ ପଡ଼ିଯିବାର ଆଶଙ୍କା ଘାରିଥିବା ବେଳେ ନିଜର ବଦଳି ପାଇଁ ଅଫିସ ନଆସି ଭୁବନେଶ୍ଵର ଡେରା ପକାଇଥିବାର ଦେଖିବାକୁ ମିଳିଛି । ଏପଟେ ଏନ୍ ଏ ସି କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି।ସିମେଣ୍ଟ ଇଟା ତିଆରି କାରଖାନାରେ ଭାଗ ବ୍ୟବସାୟ ନିମନ୍ତେ ଗଞ୍ଜାମ ପୁରୋଷତ୍ତମପୁର ଅଞ୍ଚଳର ଜଣେ ଯୁବକଙ୍କ ଠାରୁ ପାଖାପାଖି ୨୩ଲକ୍ଷ ଟଙ୍କା ଆଣିଥିବା ବେଳେ ଫେରାଇବା ପାଇଁ ନା ଦର୍ଶନ ଧରୁନଥିବା ବେଳେ ଶେଷରେ ଯୁବକ ଜଣଙ୍କ ପୁରୋଷତ୍ତମପୁର ଥାନା ଓ ଗଞ୍ଜାମ ଏସ୍ ପି ଙ୍କୁ ଅବଗତ କଲା ପରେବି କୌଣସି ସୁଫଳ ନମିଳିବାରୁ ଶେଷରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ,ନଗରଉନ୍ନୟନ ସଚିବ, ବାଲେଶ୍ୱର ଜିଲ୍ଲାପାଳ,  ନିଳଗିରି ଏନଏସି ଅଧିକାରିଣୀଙ୍କୁ ଦାବୀପତ୍ର ମାଧ୍ୟମରେ ଜଣାଇଛନ୍ତି।

 ସୂଚନା ଥାଉକି ଗଞ୍ଜାମ ପୁରୁସତ୍ତୋମପୁର ଋଣଝାଲି ଗ୍ରାମର ଶ୍ୟାମସୁନ୍ଦର ପଣ୍ଡାଙ୍କ ପୁଅ ଅବାନିକାନ୍ତ ପଣ୍ଡା ନିଜ ପିତାଙ୍କ ଅବସରକାଳୀନ ଅର୍ଥ ରାଶିକୁ ପ୍ରସନ୍ନକୁମାର ଦାସଙ୍କୁ ସିମେଣ୍ଟ ଇଟା କାରଖାନାରେ ଭାଗ ବ୍ୟବସାୟ ନିମନ୍ତେ ୨୦୨୦ମସିହାରେ ପାଖାପାଖି ୨୩ଲକ୍ଷ ଟଙ୍କା ଦେଇଥିଲେ। କିଛି ଦିନ ଧରି ଇଟା କାରଖାନା ଚାଲିବା ପରେ ଅବନିକାନ୍ତଙ୍କ ସେଆର ଟଙ୍କାକୁ ହଡପ କରିବା ଆଶାରେ  କରିବା ପାଇଁ ବିଭିନ୍ନ ମିଛ ପ୍ରତିଶ୍ରୁତି ଦେଇ ଆସୁଥିଲେ। ଶ୍ରା ଦାସ ଅବନିକାନ୍ତଙ୍କୁ ପାଖାପାଖି ୨ ଲକ୍ଷ ଟଙ୍କା ଫେରସ୍ତ କରିଥିବା ବେଳେ ବାକି ଟଙ୍କା ଫେରସ୍ତ ନ କରି ବଦଳି ହୋଇ ପଳେଇ ଆସି ଧରା ଛୁଆଁ ଦେଇନଥିଲେ।ଶେଷରେ ନିରାଶ ହୋଇ ଅବନିକାନ୍ତ ପୁରୁଷୋତ୍ତମପୁର ଥାନା ଓ ଗଞ୍ଜାମ ଏସ ପି ଙ୍କୁ ଅବଗତ କରିଥିବାର ଜଣାପଡ଼ିଛି।ଏ ନେଇ ଏନଏସି ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ।

Post a Comment

Previous Post Next Post
Header ADS