ବାଲେଶ୍ଵର,୨୮/୭ ( ଓଡ଼ିଶା ଆଦର୍ଶ) ଆଜି ଅପରାହ୍ନରେ ବାଲେଶ୍ଵର ଜିଲ୍ଲା ଯାଦବ (ଗୋପାଳ) ମହାସଂଘ ତରଫରୁ ମିହିର୍ ବାରିକ୍ ଓ ରବୀନ୍ଦ୍ର ମହାକୁଡଙ୍କ ନେତୃତ୍ୱରେ ଜିଲ୍ଲାର ପରିଚାଳନା ସମିତିର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ବାଲିଆ ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ଓଡିଶା ସରକାରଙ୍କର ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦଚନ୍ଦ୍ର ଦାସ ଏବଂ ବାଲେଶ୍ୱର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଙ୍କୁ ଜେଲ୍ ରୋଡ ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ଭେଟି ପୁଷ୍ପଗୁଛ, ଉତ୍ତରୀୟ ସହ ରାଧାକୃଷ୍ଣ ଙ୍କ ପଟ୍ଟଚିତ୍ର ପ୍ରଦାନ କରିବା ସହ ତାଙ୍କର ଜନତାଙ୍କ ପ୍ରତି ଥିବା ଦାୟିତ୍ଵକୁ ସୁଚାରୁ ରୂପେ ନିର୍ବାହ କରିବାପାଇଁ କାମନା କରିଥିଲେ।
ଏବଂ ଚଳିତ ବର୍ଷ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଉପଲକ୍ଷେ ଯାଦବ ତଥା ଗୋପାଳ ମାନଙ୍କର ପ୍ରମୁଖ କାର୍ଯ୍ୟକ୍ରମ କୃଷ୍ଣ ଚେତନାର ଶାସ୍ୱତ ସ୍ପନ୍ଦନ "କୃଷ୍ଣାୟାନ" କୁ ଆମନ୍ତ୍ରଣ କରିବା ଶହ ସହଯୋଗ କାମନା କରିଥିଲେ। ଉକ୍ତ ବିଧାୟକ ଦ୍ୱୟଙ୍କ ଉପସ୍ଥିତି ସହ ଜିଲ୍ଲାର ପ୍ରମୁଖ ଯାଦବ ତଥା ଗୋପାଳ ଜାତିର ସଂଗଠକ,ଶ୍ରୀ ଭାଗିରଥି ବାରିକ୍, ପ୍ରଭାସ ଦାସ, ଅଶୋକ ଦାସ, ସୁରଞ୍ଜନ ଦାସ, ପୁରୁଷୋତ୍ତମ ବାରିକ୍,ଅଜୟ ବାରିକ୍, ରାଜକିଶୋର ଦାସ,ଅଶ୍ଵିନୀ ଦାସ, ଧର୍ମେନ୍ଦ୍ର ମହାକୁଡ, ବିପ୍ଳବ ଯାଦବ, ମାଧବାନନ୍ଦ ଦାସ, ସୌଭାଗ୍ୟ ରଞ୍ଜନ ବାରିକ୍, ରଞ୍ଜିତ ଦାସ, ତାପସ ବାରିକ୍ ଓ ନିଶିତ୍ କୁମାର ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ।
Post a Comment