ବାଲିଗୁଡା - ୩୦/୦୭ (ସନ୍ଦିପ କୁମାର ନାୟକ) କେବେ ସରିବ ଦାଦନ ଦୁଃଖ। ନିଜ ପରିବାରକୁ ପ୍ରତିପୋଷଣ କରିବାକୁ ରାଜ୍ୟ ବାହାରି କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଥିବା ବେଳେ ଦାଦନ ଶ୍ରମିକର ମୃତ୍ୟୁ ଖବର ଆସି ପହଞ୍ଚିଛି ନିଜ ପରିବାରକୁ। ବିଜନ ଚନ୍ଦ୍ର ମଲ୍ଲିକ ବୟସ ୪୨ ବର୍ଷ ଗ୍ରାମ କୁର୍ତ୍ତମଗଡ ହେଲେ ବହୁତ ବର୍ଷ ହେବ ସେ ବାରଖମା ରେ ବସବାସ କରୁଥିଲେ।ପରିବାର କହିଲେ ସ୍ବାମୀ ସ୍ତ୍ରୀ ପୁଣି ବିଧବା ମାଆ ସହ ଦୁଇ ପୁଅ। ନିଜ ପରିବାରକୁ ପ୍ରତିପୋଷଣ କରିବା ନିମନ୍ତେ ନିଜ ପରିବାର ଛାଡ଼ି କେରଳ ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିଲେ। ମାତ୍ର ୨୦/୨୫ ଦିନ ହେବ ସେ କେରଳ ଯାଇ କାମକରୁଥିଲେ ହେଲେ ଦେହ ଖରାପ ହେବାରୁ ମେଡିକାଲ ଯାଇ ଚିକିତ୍ସିତ ହେଉଥିଲେ, ଗତ କାଲି ରାତ୍ର ୨ ଘଣ୍ଟା ସମୟରେ ଅଧିକ ଦେହ ଖରାପ ହେବାରୁ ସାଙ୍ଗ ଓ କମ୍ପାନୀ ମାଲିକ ବିଜନ ଙ୍କୁ ମେଡିକାଲ ନେଇଥିଲେ ଆଉ ଡକ୍ଟର ବିଜନ କୁ ମୃତ୍ୟ ଘୋଷଣା କରିଥିଲେ। ମୃତ୍ୟୁ ଶରୀର କୁ ନିଜ ବାସ ଭବନ କୁ ଆଣିବା ନିମନ୍ତେ ଜିଲ୍ଲା ପ୍ରଶାସନ ପୁଣି ସ୍ଥାନୀୟ ବିଧାୟକ ଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ।
ପରିବାରର ମୁଖ୍ୟ ଙ୍କୁ ହରେଇବାପରେ ଆଜି ନିଜ ପରିବାରର ପ୍ରତିପୋଷଣ ନିମନ୍ତେ ଆଜି ଗୁହାରି କରିଛନ୍ତି ସ୍ଥାନୀୟ ପ୍ରଶାସନ କୁ। ରାଜ୍ୟ ସରକାର ଙ୍କର ଅନେକ ଗରିବଲୋକଙ୍କ ପାଇଁ ଯୋଜନା ଥିଲେ ମଧ୍ୟ କେବଳ କାଗଜ କଲମରେ ଯୋଜନା ହିଁ ସୀମିତ ହୋଇ ରହିଯାଉଛି। ଆଜି ମଧ୍ୟ ଲୋକେ ବେରୋଜଗାର, ନିଜ ରାଜ୍ୟରେ କାମଧନ୍ଦା ନାଇଁ ତେଣୁ ବାଧ୍ୟ ହୋଇ ରାଜ୍ୟ ର ଲୋକେ ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ଯାଉଛନ୍ତି। ବିଜନ ଚନ୍ଦ୍ର ଙ୍କ ମୃତ୍ୟୁ ଖବର ପାଇବା ପରେ ନିଜ ପରିବାର ଓ ଗ୍ରାମ ର ଲୋକମାନଙ୍କ କାନ୍ଦ ବୋବାଳିରେ ଗାଁ ଫାଟି ପଡୁଥିଲା। ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଠି ହୋଇଥିଲା।
Post a Comment