ନୀଳଗିରି,୨୭/୭ (ଓଡ଼ିଶା ଆଦର୍ଶ) ତିନି ଦିନରେ ଦୁଇ ଦୁଇଟି ଅଙ୍ଗନୱାଡ଼ି ରୁ ଲୁଟ ଅଭିଯୋଗ। ବାଲେଶ୍ଵର ଜିଲ୍ଲା ନୀଳଗିରି ଏନ ଏ ସି ଅନ୍ତର୍ଗତ ୩ନମ୍ବର ୱାର୍ଡ ଜାଉଁରି ମିନି ଅଙ୍ଗନୱାଡି କେନ୍ଦ୍ରରେ ଗତ କାଲି ବିଳମ୍ୱିତ ରାତିରେ କେହି ଦୁବୃର୍ତ୍ତ ପାଣି ଫିଲ୍ଟର, ଚେୟାର, ଥାଳି ସମେତ ପିଲାଙ୍କ ଖେଳନା ଆଦି ଚୋରି କରିନେଇଥିବା ଦେଖିବାକୁ ମିଳିଛି।
ସେଇଭଳି ଚଳିତ ମାସ ୨୪ ତାରିଖ ବିଳମ୍ୱିତ ରାତିରେ ନୀଳଗିରି ଏନ ଏ ସି ୪ନମ୍ବର ୱାର୍ଡ ପଥୁରିଆ ଅଙ୍ଗନୱାଡି କେନ୍ଦ୍ର ରୁ ଗ୍ୟାସ ଚୁଲା, ଗ୍ୟାସ ଟାଙ୍କି, ପାଣି ଫିଲ୍ଟର୍, ଡାଲି, ଚାଉଳ, ଅଣ୍ଡା ପେଟି ସମେତ ପିଲାଙ୍କ ଖେଳନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ସେହିଭୋଳୀ ଗତ ଜୁନ ମାସ ୨୯ ତାରିଖ ବିଳମ୍ୱିତ ରାତିରେ ଏନ ଏ ସି ୩ ନମ୍ବର ୱାର୍ଡ ବେତଶୂଳ ଅଙ୍ଗନୱାଡି କେନ୍ଦ୍ରରୁ ଗ୍ୟାସ ଟାଙ୍କି, ଅଣ୍ଡା, ଚାଉଳ, ପାଣି ଫିଲଟର, ପାଣି ମଟର ଆଦି ଚୋରି ହୋଇଥିବା ମଧ୍ଯ ଅଭିଯୋଗ ହୋଇଥିଲା।
ତେବେ ଦୁଇ ମାସ ଭିତରେ ତିନୋଟି ଅଙ୍ଗନୱାଡି ରୁ ଏହିଭୋଳି ଚୋରି ହଉଥିବାରୁ ଅନ୍ୟ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ କକୁଆ ଭୟ ସୃଷ୍ଟି ହେଉଛି । ତେବେ ସମାନ ଢ଼ଙ୍ଗରେ ତିନୋଟି ଅଙ୍ଗନୱାଡି କେନ୍ଦ୍ରରୁ ଚୋରି ହୋଇଥିବାରୁ ନୀଳଗିରି ପୋଲିସ୍ ଘଟଣାର ତଦନ୍ତ କରି ଚୋର କୁ ଧରିବାକୁ ସାଧାରଣରେ ଦାବି ହେଉଛି।
Post a Comment