Header ADS

ମହୁ ମାଛି ଆକ୍ରମଣରେ ପାରିବାର ର ପାଞ୍ଚ ଜଣ ଗୁରୁତର

 


ନୀଳଗିରି, ୨୦/୨ - ମହୁ ମାଛି ଆକ୍ରମଣ ରେ ଗୁରୁତର ହେଲେ ପରିବାର ର ପାଞ୍ଚ ଜଣ ସଦସ୍ୟ। ପୁରୁଣା ଘରୁ ନୂଆ ଘରକୁ ଯିବା ବାଟରେ କାମୁଡ଼ିଲେ ମହୁମାଛି।  ସମସ୍ତ ଗୁରୁତର ନୀଳଗିରି ଡ଼ାକ୍ତରଖାନା ରେ ଭର୍ତ୍ତି।ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଜଡ଼ିଦା ପଞ୍ଚାୟତ ର ଜଡ଼ିଦା ଶାସନ ଗାଁ ର ସୁଭଲକ୍ଷ୍ମି ଷଡ଼ଙ୍ଗୀ ତାଙ୍କ ଦୁଇ ଝିଅ ମଧୁସ୍ମିତା ଏବଂ ଦେବସ୍ମିତା ଙ୍କୁ ନେଇ ଜଡିଦାଶାସନ ପୁରୁଣା ଘରୁ  ବାଉଁସନାଳ ନୂଆ ଘରକୁ ଆସୁଥିବା ବେଳେ ପାଖ ତେନ୍ତୁଳି ଗଛ ରୁ ମହୁ ମାଛି ଉଡ଼ିଆସି ମା ଏବଂ ଦୁଇ ଝଅ ଙ୍କୁ କାମୁଡି ଥିଲେ ଫଳରେ ସୁଭଲକ୍ଷ୍ମି ତଳେ ପଡ଼ିଯାଇଥିଲେ । ବହୂ ଏବଂ ନାତୁଣୀ ଙ୍କ ଚିତ୍କାର ଶୁଣି ଶଶୁର ସଚିନ୍ଦ୍ର ନାଥ ଷଡ଼ଙ୍ଗୀ ଏବଂ ଶାଶୁ ରାଧାରାଣୀ ଷଡଙ୍ଗୀ ପହଞ୍ଚି ପାଣି ଢାଳିବା ସମୟରେ ଶାଶୁ ଶଶୁରଙ୍କୁ ମହୁ ମାଛି କାମୁଡ଼ି ଥିଲେ। ତେବେ ପରିବାର ର ପାଞ୍ଚ ଜଣକୁ ମହୁ ମାଛି କାମୁଡ଼ିବାରୁ ସମସ୍ତେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ପରିବାର ର ଏହି ସମସ୍ତ ପାଞ୍ଚ ଜଣ କୁ ନୀଳଗିରି ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି।

Post a Comment

Previous Post Next Post
Header ADS