Header ADS

ଗଛକୁ ପିଟିଲା ବାଇକ, ଯୁବକ ଗୁରୁତର ।


ନୀଳଗିରି, ୮/୧ ( ଓଡ଼ିଶା ଆଦର୍ଶ) :- ଦୁର୍ଘଟଣାର ସମ୍ମୁଖୀନ ହେଲେ ବାଇକ ଆରହି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ନରଣପୁର ସାତଖାଲିଆ ଅଞ୍ଚଳରେ। ସୂଚନା ଅନୁଯାୟୀ କୁଞ୍ଚିବଣିଆ ଗ୍ରାମର ଫାଦୁ ସିଂ ଙ୍କ ପୁଅ କନ୍ଦା ସିଂ ନିଜ ଆପାଚି ଗାଡ଼ିରେ ଯାଉଥିବା ସମୟରେ ସାତଖାଲିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଗଛକୁ ଧକ୍କା ଦେଇଥିଲେ ଫଳରେ ଗାଡିଟି ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ କନ୍ଦା ସିଂ ଗୁରୁତର ଭାବେ ଆହତ ହୋଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ନୀଳଗିରି ଡ଼ାକ୍ତରଖାନା କୁ ନେଇଥିଲେ ହେଲେ କନ୍ଦା ସିଂଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।


Post a Comment

أحدث أقدم
Header ADS