Header ADS

ପଶ୍ଚିମବାଡ ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ

 


ଜଳେଶ୍ୱର, ୫/୧ (ଓଡ଼ିଶା ଆଦର୍ଶ) :- ଜଳେଶ୍ୱର ବ୍ଲକ ପଶ୍ଚିମବାଡ ସ୍ଥିତ ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ସମାରୋହ-୨୦୨୪ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଭାବେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ୩ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବକୁ ଉଦ୍ଘାଟନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ପୁରାତନ ଛାତ୍ର ସଂସଦର ସଭାପତି ରବିନ୍ଦ୍ର ନାଥ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ କେଦାର ନାଥ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, ଜଳେଶ୍ୱର ପଂଚାୟତ ସମିତି ଅଧ୍ୟକ୍ଷ ମାନସ କୁମାର ଜେନା, ଜଳେଶ୍ୱର ପୈାର ପରିଷଦ ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ସଂଚିତା ସେନାପତି, ଜଳେଶ୍ୱର ତହସିଲଦାର ସଂଜୟ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ମିନତୀ ଜେନା, ବିଦ୍ୟାଳୟ ପ୍ରତିଷ୍ଠାତା ଜନାର୍ଦ୍ଦନ ଅଣ୍ଡିଆ, ପଶ୍ଚିମବାଡ ସରପଂଚ ଶମ୍ଭୁନାଥ ଜେନା, ପୂର୍ବତନ ପ୍ରଧାନ ଶିକ୍ଷକ ହୃଷିକେଶ ବାନାର୍ଜି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । 

ସଭା ପ୍ରାରମ୍ଭରେ ପୂର୍ବତନ ଛାତ୍ର ସଂସଦ ସାଧାରଣ ସଂପାଦକ ସୁକୁମାର ମିଶ୍ର ଅତିଥି ମାନଙ୍କୁ ମଂଚ ଆହ୍ୱାନ କରିବା ସହିତ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁଶ୍ରୀ ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଥମ ମ୍ୟାଟ୍ରିକ ପାଶ କରିଥିବା ଛାତ୍ର ସପନ କୁମାର ଦାସଙ୍କୁ ଉତରୀୟ ପ୍ରଦାନ କରି ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଙ୍ଗିତ ଗାନ କରିଥିବା ବେଳେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟର ମୁଖପତ୍ର ଚିରନ୍ତନୀ ଉନ୍ମୋଚନ ହୋଇଥିଲା । ସଂନ୍ଧ୍ୟାରେ ଓଡିଶା ସଂସ୍କୃତି ବିଭାଗ ତରଫରୁ ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Post a Comment

أحدث أقدم
Header ADS