ନୀଳଗିରି ,୩/୧ (ଓଡ଼ିଶା ଆଦର୍ଶ) :-ନୀଳଗିରି ଟ୍ରକ ମାଲିକ ସଙ୍ଘ ପକ୍ଷରୁ କେନସର ପୀଡିତା ଯୁବତୀଙ୍କ ଦୁଃଖ ସହିନପାରି ପୀଡିତାଙ୍କ ପରିବାର କୁ ଖାଦ୍ୟ ସାମଗ୍ରୀ ଓ ଅର୍ଥ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ଆଜକୁ ଏକ ବର୍ଷ ଧରି ନୀଳଗିରି NAC ୮ ନମ୍ୱର ୱାର୍ଡ ଚିମିନିଭାଟି ଅଞ୍ଚଳର ବାପା ଉତ୍ତମ ବେହେରା ଏବଂ ମା ଶାନ୍ତିଲତା ବେହେରା ଙ୍କ ଝିଅ ନନ୍ଦିନୀ ବେହେରା କେନସର ରୋଗ ରେ ପୀଡିତ ଅଛନ୍ତି । ସାହାଯ୍ୟ ସହଯୋଗ ପାଇଁ ନୀଳଗିରି ଟ୍ରକ ମାଲିକ ସଙ୍ଘ ର ସଭାପତି ଶିଶିର ରାଉତ ପୂର୍ବରୁ ଉକ୍ତ ପାରିବାର କୁ ସାହାଯ୍ୟ ସହଯୋଗ କରିଥିଲେ ଏବଂ ଆଜି ତାଙ୍କ ଦୁଃଖ କୁ କିଛି ମାତ୍ରାରେ ଦୂର କରିବା ଉଦ୍ଦେଶ୍ୟରେ ଟ୍ରକ୍ ମାଲିକ ସଙ୍ଘ ପକ୍ଷରୁ ମଧ୍ୟ ସାହାଯ୍ୟ ସହଯୋଗ କରଯାଇଛି।
Post a Comment