Header ADS

ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଚଳିତ ମାସ ନୀଳଗିରି ଗସ୍ତକୁ ନେଇ ସମିକ୍ଷା କଲେ ରାଜ୍ଯ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ।

 


ନୀଳଗିରି, ୪/୧ (ଓଡ଼ିଶା ଆଦର୍ଶ) :- ଚଳିତ ମାସ ୬ ତାରିଖରେ ନୀଳଗିରି କୁ ଆସିବେ ୫-ଟି ସଚିବ ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ  ଭି. କେ. ପାଣ୍ଡିଆନ । ଏହି କାର୍ଯ୍ୟକ୍ରମକୁ ସୂଚାରୁ ଭାବେ ପରିଚାଳିତ କରିବାପାଇଁ, ନୀଳଗିରି ବିଜେଡି ପକ୍ଷରୁ ବିଜେଡି କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଶକ୍ତି ମନ୍ତ୍ରୀ ତଥା ବାଲେଶ୍ଵର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ, ଆଜି ନୀଳଗିରି ଗସ୍ତ କରି  କେ.ସି. ହାଇସ୍କୁଲ ପଡ଼ିଆ ରେ ହେବାକୁ ଥିବା କର୍ଯ୍ୟକ୍ରମ  ପାଇଁ ତଦାରଖ  କରିଛନ୍ତି। ଏହି ତଦାରଖ ସମୟରେ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ,ନୀଳଗିରି ବିଜେଡି ନେତା ସନ୍ତୋଷ ଖଟୁଆ, ନୀଳଗିରି ଉପ-ଜିଲ୍ଲାପାଳ ମନ୍ଦର ଧର ମହାଳିକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଏବଂ ବିଜେଡି ଦଳୀୟ କର୍ମୀ ଉପସ୍ଥିତ ଥିଲେ। ତେବେ ଆସନ୍ତା ୬ ତାରିଖରେ ପାଣ୍ଡିଆନ ନୀଳଗିରି ଗସ୍ତକରି, ବିଗତ ଦିନରେ ନୀଳଗିରି ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ମଞ୍ଜୁର କରିଥିବା କାର୍ଯ୍ୟର ତଦାରଖ ଏବଂ ବିଜେଡ଼ି ସାଂଗଠନିକ ଦକ୍ଷତା ର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଅଛି।

Post a Comment

Previous Post Next Post
Header ADS