ନୀଳଗିରି , ୦୨/୨୪ (ଓଡ଼ିଶା ଆଦର୍ଶ) :- ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିର ରେ ନୂଆ ବର୍ଷ ରେ ଐତିହାସିକ ଭିଡ଼ ଦେଖିବାକୁ ମିଳିଛି। ନୂତନ ବର୍ଷ ଉପଲକ୍ଷେ କେବେ ନୀଳଗିରି ଜଗନ୍ନାଥ ମନ୍ଦିରରେ ଏମିତି ଭିଡ଼ ଦେଖିବାକୁ ମିଳିନଥିବା ବେଳେ ଚଳିତ ବର୍ଷ ପ୍ରଥମ ଦିନରେ ଲକ୍ଷ ଲକ୍ଷ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କ ସୁଅ ଛୁଟିଛି।ଗତ ବର୍ଷ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମା ଲକ୍ଷ୍ମୀ ଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବା ଯୋଗୁଁ ଭକ୍ତ ଏବଂ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦ୍ଵିଗୁଣିତ ହୋଇଥିବା ମନ୍ଦିର ପୂଜକ କହିଛନ୍ତି।ତେବେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିର କୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ପୋଡ଼ଶି ରାଜ୍ୟ ବେଙ୍ଗଲ ରୁ ମଧ୍ଯ ପର୍ଯ୍ୟଟକ ଆସିଥାନ୍ତି ।
Post a Comment