Header ADS

ବିଧାୟକ ଙ୍କ ଉପସ୍ଥିତିରେ ଅନ୍ୟ ଦଳ ଛାଡ଼ି ବିଜେପି ରେ ମିଶିଲେ ......

 


ନୀଳଗିରି, ୩୦/୧୨ ( ଓଡ଼ିଶା ଆଦର୍ଶ):- ଆଜି ଭାରତୀୟ ଜନତା ପାର୍ଟି ତରଫରୁ ନୀଳଗିରି କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଆରବନ୍ଧ ପଞ୍ଚାୟତର ଯୁବ ନେତୃତ୍ୱ କୁଳମଣି ନାୟକଙ୍କ ନେତୃତ୍ୱରେ ମନୋରଞ୍ଜନ ରାଉତ,ଜୟ ରାଉତ,ରବୀନ୍ଦ୍ର ରାଉତ,ଦୀନେଶ ପାତ୍ର,ଗୁଲଶନ ପାତ୍ର,ଜୟନ୍ତ ନାଏକ ,ପ୍ରଦୀପ ରାଉତଙ୍କ ସମେତ ଅନେକ ଯୁବକ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ନେତୃତ୍ୱକୁ ଗ୍ରହଣ କରି ଭାରତୀୟ ଜନତା ପାର୍ଟିର ଆଦର୍ଶରେ ଅନୁପ୍ରାଣିତ ହୋଇ ମାନ୍ୟବର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ଉପସ୍ଥିତିରେ ବିଜେପି ରେ ମିଶିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଗଙ୍ଗାଧର ମିଶ୍ର, ଦେବାଶିଷ ଆଚାର୍ଯ୍ୟ,କୁଳମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ

Post a Comment

Previous Post Next Post
Header ADS