ନୀଳଗିରି , ୦୮/୧୨ :- ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧିନ ବାବା ପଞ୍ଚଲିଙ୍ଗେଶ୍ଵର ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ରାଜ୍ଯ ସରକାରଙ୍କ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟରେ " ନୂତନ ଉନ୍ନତ ଅଭିଳଷିତ ଓଡିଶା " ଉତ୍ସବ ଉଦ୍ଘାଟିତ ହୋଇଯାଇଛି |ଅଧ୍ୟକ୍ଷ ଡ.ଗୌରହରି ଜେନାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବ କୁ ମୁଖ୍ୟ ଅତିଥି ଭାବରେ ନୀଳଗିରି ଉପଜିଲ୍ଲପାଳ ଶ୍ରୀଯୁକ୍ତ ମନ୍ଦରଧର ମହାଳିକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ | ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବାରିକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ | ସମ୍ମାନିତ ଅତିଥି ଭାବରେ ଷ୍ଟେଟ ବ୍ୟାଙ୍କ ଅଅଫ ଇଣ୍ଡିଆ, ନୀଳଗିରି ଶାଖାର ପରିଚାଳକ ଶ୍ରୀଯୁକ୍ତ ସରୋଜ କୁମାର ତ୍ରିପାଠୀ , ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ,ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଉଷାରାଣୀ ରାଉଳ ମତବ୍ୟକ୍ତ କରିଥିଲେ |
ଏହି କାର୍ଯ୍ୟକ୍ରମର ସଂଯୋଗ ଅଧିକାରୀ ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ଶିଶିର କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ , ଡ. ଅକ୍ଷୟ କୁମାର ପାଣଗ୍ରାହୀ ମଞ୍ଚ ଆବାହନ ଓ ମଞ୍ଚ ପରିଚାଳନା କରିଥିଲେ | ଅଧ୍ୟାପକ ଶ୍ରୀଯୁକ୍ତ ଅଭିମନ୍ୟୁ ମାହୁନ୍ତ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଡ. ଗଦାଧର ବେହେରା ,ଶ୍ରୀଯୁକ୍ତ ତ୍ରିଲୋଚନ ବାରିକ , ଶ୍ରୀ ହରିଶଙ୍କର ପାଣିଗ୍ରାହୀ, ଶ୍ରୀମତୀ ସଂଘମିତ୍ରା ରାଉତ ,ଶ୍ରୀଯୁକ୍ତ ବିନୋଦ କୁମାର ନାୟକ ,ଶ୍ରୀଯୁକ୍ତ ସାଗରେନ୍ଦ୍ର ମିଶ୍ର, ଶ୍ରୀଯୁକ୍ତ ଅକ୍ଷୟ କୁମାର ପାତ୍ର , ଶ୍ରୀଯୁକ୍ତ ଗଙ୍ଗାଧର ପରିଡ଼ା ,ଶ୍ରୀ କ୍ଷୀରୋଦ କୁମାର ଓତା , ଗିରିଧାରୀ ଜେନା ,ମନ୍ମଥ କୁମାର ନାୟକ ,ରବୀନ୍ଦ୍ର କୁମାର ରଣା , ରମାକାନ୍ତ ଦାସ , ସୁରଞ୍ଜନ ଦାସ ,ପ୍ରଶାନ୍ତ ସ୍ୱାଇଁ , ଭଗବାନ ସାହୁ , ପ୍ରଦୀପ ରାୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ , ଅଣଶିକ୍ଷକ କର୍ମଚାରୀ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ |
إرسال تعليق