Header ADS

୧୦ ଦଫା ଦାବି ନେଇ ଧାରଣାରେ ବସିଲେ ନୀଳଗିରି ଗ୍ରାମୀଣ ଡାକ ସେବକ

 


ନୀଳଗିରି, ୧୬/୧୨ (ଓଡିଶା ଆଦର୍ଶ) :-ନୀଳଗିରି ଉପଖଣ୍ଡର ସମସ୍ତ ଗ୍ରାମୀଣ ଡାକ ସେବକ ମାନେ, ଗତ କାଲି ଠାରୁ,୧୦ ଦଫା ଦାବୀ ନେଇ ,ନୀଳଗିରି ମୂଖ୍ୟ ଡାକ ଘର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି। ଦାବିଗୁଡିକ ମଧ୍ୟରେ ଗ୍ରାମୀଣ ଡାକ ସେବକ ମାନଙ୍କୁ ସରକାରୀ ଚାକିରି ର ମାନ୍ୟତା, ଆଠ ଘଣ୍ଟା କାର୍ଯ୍ଯ ସମୟ ସହିତ ପେନସନ ବ୍ୟବସ୍ଥା କରିବା, ପାଞ୍ଚଲକ୍ଷ ଟଙ୍କା ର ସ୍ବାସ୍ଥ୍ୟ ବୀମା , ପାଞ୍ଚ ଲକ୍ଷ ଟଙ୍କାର ଗ୍ରୁପ୍ ଇନ୍ସୁ ରାନସ୍, ପାଞ୍ଚ ଲକ୍ଷ ଟଙ୍କାର ଗ୍ରାଚ୍ଚୁଇଟି, ୧୮୦ ଦିନର ସବୈତନିକ ଛୁଟି, ଏମିତି ଦଶ ଗୋଟି ଦାବି ରହିଛି।  ଏଥିରେ ନିଳଗିରି ଗ୍ରାମାଞ୍ଚଳର ୨୦ ଜଣ ଗ୍ରାମୀଣ ଡାକ ସେବକ ମହେଶ ପ୍ରସନ୍ନ ସ୍ବାଇଁ ସିଆଡିମାଳ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଙ୍କ ନେତୃତରେ ଧାରଣାରେ ବସିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ, ଅଞ୍ଜଳୀ ସିଂହ, ସବ୍ୟସାଚୀ ନାୟକ, ପୁରୁଷୋତ୍ତମ ମାଝୀ, ପ୍ରଭାକର ସ୍ୱାଇଁ, ରଶ୍ମିରଞ୍ଜନ ପଲେଇ, ବାଇଧର ହାଁସଦା, ମାଳତୀ ମୁର୍ମୁ, ଶଙ୍କୁନ୍ତଳା ଦାସ, ଲକ୍ଷ୍ମୀଧର ପରମାଣିକ, ରତ୍ନାକର ବେହେରା, ସସ୍ମିତା ପ୍ରଧାନ, ସରସ୍ଵତୀ ମହାନ୍ତି, ଜଗତ ଜୀବନ ବେହେରା, ସୁମନ୍ତ ମଢେଇ, ସରୋଜ ଦାସବାବୁ, ନନ୍ଦ ଦୁଲାଲ ମୁର୍ମୁ, ସୁରେନ୍ଦ୍ର ନାଥ ପଶା, ଜଗତ ଜୀବନ ପ୍ରଧାନ ଓ ସାଗର ନାୟକ, ଅଭୟ ଜେନା ପ୍ରମୁଖ ଧାରଣା ରେ ବସିଛନ୍ତି ।

Post a Comment

أحدث أقدم
Header ADS