Header ADS

ନୀଳଗିରି ସଂସ୍କୃତ ମହା ବିଦ୍ୟାଳୟରେ ସମ୍ମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

 


ନୀଳଗିରି, ୧୬/୧୨ (ଓଡିଶା ଆଦର୍ଶ) :- ଶିକ୍ଷା ସହ ସଂସ୍କୃତିର ବିକାଶ ନେଇ ଓଡ଼ିଶା ସରକାରଙ୍କର ନୂଆ - ଓଡିଶା ଯୁବ ବିକାଶ କାର୍ଯ୍ୟକ୍ରମ ନୀଳଗିରି ସଂସ୍କୃତ ମହା ବିଦ୍ୟାଳୟରେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୫ ତାରିଖରୁ  ଆରମ୍ଭ ହୋଇ, ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ସାଂସ୍କୃତିକ, କ୍ରିଡ଼ା, ସାମାଜିକ ସଚେତନତା, ଲୋକନୃତ୍ୟ କାର୍ଯ୍ୟକ୍ରମକୁ ଉପଖଣ୍ଡ  ମୁଖ୍ୟ ଉପ-ଜିଲ୍ଲାପାଳ ମନ୍ଦରଧର ମହାଳିକ ଏନ ଏ ସି  ଅଧ୍ଯକ୍ଷା ଅମ୍ବିକା ଦାସ, ଉପାଧ୍ଯକ୍ଷ ମହେନ୍ଦ୍ର ବେହେରା, ବିଡ଼ିଓ ରାହୁଲ ମଣ୍ଡଳ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶାଳ, ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଚିନ୍ଦ୍ର ସାର ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟନ ଉତ୍ସବରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଆଚାର୍ଯ୍ୟ ସଭାପତିତ୍ଵରେ ପରିବେଷିତ କାର୍ଯ୍ୟକ୍ରମକୁ ଅଧ୍ୟାପିକା  ଜ୍ୟୋତିଶ୍ରୀ ପାଣି, ଅଧ୍ୟାପକ ପ୍ରଦୀପ ମିଶ୍ର, ନମିତା ପ୍ରଧାନ, ସୁରେନ୍ଦ୍ର ଗିରି, ହରିହର ଜେନା, ରନ୍ନାକର ଖୁଣ୍ଟିଆ, ନିରଞ୍ଜନ ସିଧ୍ୟ, ରମେଶ ପାତ୍ର, ନୀଳିମା ମହାପାତ୍ର ପରିଚାଳନା କରିଥିଲେ। ଓଡିଶା ସରକାରଙ୍କର ଏହି ମହତ୍ ଯୋଜନାରେ ବିଦ୍ୟାର୍ଥୀ ଆନନ୍ଦ ଲାଭ କରିଥିବା ବେଳେ  ଖୁସି ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନେକ ଅଭିଭାବକ ଏବଂ ସ୍ଥାନୀୟ ବସିନ୍ଦା ଉପସ୍ଥିତ ଥିଲେ ।

Post a Comment

Previous Post Next Post
Header ADS