ଜଳେଶ୍ବର,୦୨/୧୧ :- (ଜ୍ୟୋତ୍ସ୍ନା ଗୋଛାୟତ) ସତରେ ଏ କି କରୁଣ ଦୃଶ୍ୟ। ଦୁଃଖ ଯେତେବେଳେ ଆସେ ସାଙ୍ଗରେ ତାର ବନ୍ଧୁ ବାନ୍ଧବ କୁ ଧରି ଆସେ। ଆଜି ସ୍ୱାମୀଙ୍କର ଅନ୍ତେଷ୍ଟି କ୍ରିୟା କର୍ମ ପାଇଁ ଧର୍ମ ପତ୍ନୀ ଓ ତିନି କୁନି କୁନି ପିଲା ଭିକ୍ଷା ବୃତ୍ତି କୁ ଆପଣାଇ ନେଇ ଥିବାର ଦୃଶ୍ୟ ସମସ୍ତ ଙ୍କୁ ଚକିତ କରିଛି, ଦୁନିଆ କ'ଣ ଠିକ୍ ରେ ଜାଣି ନ ଥିବା କୁନି କୁନି ପିଲା ମାନେ ଆଜି ପାଠ ପଢା ଖେଳ କୁଦ ବୟସରେ ବାପାଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି।ଏହି ହୃଦୟ ବିଦାରକ ଦୃଶ୍ୟ ଟି ବସ୍ତା ବ୍ଲକ ଅନ୍ତର୍ଗତ ତାଡଦା ପଞ୍ଚାୟତ ର ଶାସନ ଗ୍ରାମରେ।ଅଚାନକ ହୃଦ ଘାତରେ ସ୍ୱାମୀ ଯୁଗୁ ସରେନ ଙ୍କର ଦେହାନ୍ତ ହେଲା।ଏବେ ପରିବାର ର ରୋଜଗାର କିଛି ନ ଥିବା ବେଳେ, କୁନି କୁନି ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଘେରକୁ ଢେଲି ହୋଇ ଯାଉଛି।
ଭଙ୍ଗା ଝାଟି ମାଟି କୁଡିଆ ଘରେ ବିତୁଛି ଏହି ପରିବାର ର ଜୀବନ। ଗୋଟିଏ ଓଳି ଚୁଲି ଜଳୁଛି ତ ଆଉ ଗୋଟିଏ ଓଳି ଭୋକିଲା ରହିବାକୁ ପଡୁଛି ସ୍ୱାମୀଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ଅର୍ଥ ବା କୁଆଡୁ ଆଣିବେ,ଏହି ଘଟଣା ସେଠାକାର ଅଞ୍ଚଳବାସୀ ହେଲ୍ପ ଫର ୟୁ ଫାଉଣ୍ଡେସନ ର ସଭାପତି -ମାନସ ରଞ୍ଜନ ଧଳ ଙ୍କୁ ଅବଗତ କରାଇବା ପରେ ସଙ୍ଗଠନ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ପାଇଁ ଅଣ୍ଟା ଭିଡିଛନ୍ତି। ସଙ୍ଗଠନ ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କର କିଛି କିଛି ଆର୍ଥିକ ଅବଦାନ ବଳରେ ଆର୍ଥିକ ସହାୟତା ଚାରି ହଜାର, କିଛି ମାସର ରେସନ ସାମଗ୍ରୀ, ପନିପରିବା, ମୁଢ଼ି,ଚାଉଳ, ପରିବାରକୁ ନୂତନ ବସ୍ତ୍ର ପ୍ରଦାନ ସହିତ ଭଙ୍ଗା ଝାଟି ମାଟି କୁଡିଆ ଘରକୁ ଜରି ପାଲ ପ୍ରଦାନ କରିବା ସହିତ ପିଲାମାନଙ୍କ ପାଇଁ ପାଠ୍ୟ ସାମଗ୍ରୀ ଓ ସ୍କୁଲ ବ୍ୟାଗ ମଧ୍ୟ ପ୍ରଦାନ କରିଛନ୍ତି। ସତରେ ଏହି ଭାଇ ଭଉଣୀ ମାନଙ୍କର ମହାନତା ପଣିଆ ଆଜି ଜୀବନର ମୂଲ୍ୟ ବୋଧତାକୁ ବୁଝାଇ ଦେଉଛି ଯେ ନିଜ ପାଇଁ ନୁହେଁ ବରଂ ଅନ୍ୟର ଖୁସି ପାଇଁ ବଞ୍ଚିବାଟା ହିଁ ଜୀବନ।ଏହି ମହାନ କାର୍ଯ୍ୟ କୁ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା ମଧ୍ୟ କରିଛନ୍ତି
Post a Comment