Header ADS

କଏନ୍ ନେବାକୁ କେହି ମନା କରିପାରିବେନି , ୫୦ ପଇସାଠୁ ୨୦ ଟଙ୍କିଆ ଯାଏଁ ସବୁ ଚଳିବ।

 


ଓଡ଼ିଶା ଆଦର୍ଶ ଲାଇଭ ବ୍ୟୁରୋ,୨୯/୧୧ :- RBI ର ନା ଅଛି ନିର୍ଦ୍ଦେଶ, ନା   ବାହାରିଛି କୌଣସି ବିଜ୍ଞପ୍ତି, ତଥାପି ଆପେ ଆପେ ଅଚଳ ହୋଇଯାଉଛି କଏନ୍ । ଟଙ୍କିକିଆ କି ଦୁଇ ଟଙ୍କିଆ କଏନ୍ ନା  ନେଉଛନ୍ତି ଦୋକାନୀ , ନା ଧରୁଛନ୍ତି ଗ୍ରାହକ  । ଛୋଟ କଏନ୍‌କୁ ନେଇ ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ଏମିତି ସ୍ଥିତି ବିଚିତ୍ର ।ବାଲେଶ୍ୱର ଜିଲ୍ଲା କମର୍ଦା ଛକରେ ଥିବା ଏକ ଭେରାଇଟି ଷ୍ଟୋର ଦୋକାନରେ କିଛି ଗ୍ରାହକ  କଏନ୍ ନେଉନଥିବାରୁ ଦୋକାନୀ ଜଣକ ଟଙ୍କିକିଆ ଏବଂ ଦୁଇ ଟଙ୍କିଆ କଏନ୍‌କୁ ପଲିଥିନରେ ବାନ୍ଧି ରଖିଛନ୍ତି । ସୁବିଧା ହେଲେ ବ୍ୟାଙ୍କ ଯାଇ ବଦଳାଇବାକୁ ଚେଷ୍ଟା ମଧ୍ଯ କରୁଛନ୍ତି । ଏମିତିକି କେତେକ ବ୍ୟାଙ୍କ ମଧ୍ଯ ଛୋଟ କଏନ୍ ନେଉ ନଥିବା ଅଭିଯୋଗ କରିଛନ୍ତି ଦୋକାନୀ ଜଣକ ।ଅନେକ ଦୋକାନୀ କହୁଛନ୍ତି । ଗ୍ରାହକମାନେ ଛୋଟ କଏନ୍ ନେଉ ନଥିବାରୁ ସେମାନେ ବି ଗ୍ରାହକଙ୍କ ଠାରୁ  କଏନ୍ ନେଉନାହାନ୍ତି  ଫଳରେ ବ୍ୟବସାୟ ପ୍ରଭାବିତ ହେଉଛି । ବାଲେଶ୍ୱର ର ନୀଳଗିରି,ସୋର, ଔପଦା , ବାହାନଗା ଅଞ୍ଚଳରେ ବି ସମାନ ସ୍ଥିତି  କଏନ୍‌କୁ ନେଇ । 
ତେବେ କଏନ୍‌ ଅଚଳ ହୋଇଯାଇଛି ବୋଲି ଲୋକଙ୍କ ମନରେ ମାନସିକତା ହୋଇଯିବା କାରଣ ରୁ  ଗ୍ରାହକମାନେ ଦୁକାନ ଠାରୁ କଏନ୍‌ ନେଉନାହାନ୍ତି । ଫଳରେ ଦୋକାନ ମାଲିକଙ୍କ ପାଖରେ କଏନ୍ ଗଦା ହୋଇରହୁଛି ।ତେବେ ରାଜ୍ୟର କଏନ୍‌କୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଏହା ଗୁଜବ ବୋଲି ସ୍ପଷ୍ଟ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି, ବଜାରରେ ଥିବା ୫୦ ପଇସାଠୁ ଆରମ୍ଭ କରି ୨୦ ଟଙ୍କିଆ କଏନ୍ ଯାଏଁ ସବୁ ଲିଗାଲ ଟେଣ୍ଡର । ଅର୍ଥାତ୍ ଏସବୁ ମୁଦ୍ରା ବଜାରରେ ଚଳୁଛି । ଏଣୁ କଏନ୍ ଚଳୁନଥିବା ନେଇ ହେଉଥିବା ଗୁଜବକୁ କେହି ବିଶ୍ୱାସ କରନ୍ତୁ ନାହିଁ । ଏପରିକି ବ୍ୟାଙ୍କ ବି କଏନ୍ ଗ୍ରହଣ ମଧ୍ଯ କରିବାକୁ ବାଧ୍ୟ । ଯଦି କୌଣସି ବ୍ୟାଙ୍କ କଏନ୍ ଗ୍ରହଣ କରୁନଥିବା ଜଣାପଡ଼ିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲୋକଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି ପାଇଁ ଆସନ୍ତା ଡିସେମ୍ବର ମାସରୁ ୩ ମାସ ବ୍ୟାପି ରାଜ୍ୟର ସମସ୍ତ ବ୍ଲକରେ ଆୟୋଜନ କରାଯିବା କଏନ୍ ଓ ନୋଟ୍ ବଦଳ କାର୍ଯ୍ୟକ୍ରମ ।

ତେବେ ଆରବିଆଇର ସ୍ପଷ୍ଟୀକରଣ ପରେ କଏନ୍‌କୁ ନେଇ ଲୋକଙ୍କ ମନରେ ମାନସିକତା କେତେ ପରିବର୍ତ୍ତନ ଆସୁଛି ତାହା ଏବେ ଦେଖିବାକୁ ବାକି ରହିଲା ।


Post a Comment

Previous Post Next Post
Header ADS