Header ADS

ଚୋରା କାଠ ବୋଝେଇ ପିକ୍ ଅପ ଜବତ।

 


ନୀଳଗିରି,୦୭/୧୦ :- ଶୁକ୍ରବାର ରାତି ପ୍ରାୟ ୧୧.୩୦ ସମୟରେ ଗୋଟିଏ  ଧଳା ରଙ୍ଗର  ମହିନ୍ଦ୍ରା ପିକ-ଅପ ଗାଡି ଯାହାର ନମ୍ୱର ହେଉଛି OD-22A-2325ରେ ୧୧ ଖଣ୍ଡ ଆମ୍ବ ଗଣ୍ଡି = ୪୦.୯୫ ସିଫ୍ଟ ଓ ୩ ଖଣ୍ଡ ତୁଡ୍ରା ଗଣ୍ଡି = ୨୩.୮୨ ସିଫ୍ଟ, ସମୁଦାୟ ୬୪.୭୭ ସିଫ୍ଟ କାଠ ବୋଝେଇ କରି ଡ୍ରାଇଭର ରେମୁଣାରୁ ସାଆନ୍ତା P.W.D. ରାସ୍ତାରେ ଯାଉଥିବା ସମୟରେ କୌଣସି ସୂତ୍ରରୁ ବନବିଭାଗର କର୍ମଚାରୀମାନେ ଖବରପାଇ ନରହରିପୁର ଛକଠାରେ ଗାଡିଟିକୁ ଅଟକାଇଥିଲେ ହେଲେ ଏହି ସମୟରେ ଗାଡିର ଡ୍ରାଇଭର ଗାଡିଟିକୁ ଛାଡି ପଳାଇ ଯାଇଥିଲା । ଏହାପରେ ଗାଡିରେ ଥିବା ଆମ୍ବ ଓ ତୁଡ୍ରା ଗଣ୍ଡି  ଥିବାର ଜାଣି ଗାଡି ସହ କାଠଗୁଡ଼ିକୁ ଘଟଣା ସ୍ଥଳରୁ ଜବଦ କରି ଜାମୁଡ଼ିହା ସ୍ଥାଇ ନର୍ସରୀକୁ ନେଇ ଯାଇଥିଲେ । ତେବେ ଜବଦ କାଠ ରଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ।

ଏହି  ଚଢଉରେ ନୀଳଗିରି ରେଞ୍ଜ ଅଧିକାରିଣୀ ଆଇଶା ଏ ନିଶା , ଫରେଷ୍ଟର ମିତ୍ରପୁର,  ଫରେଷ୍ଟ ଗାର୍ଡ ମିତ୍ରପୁର ଓ ସବୁଜ ବାହିନୀ ସଦସ୍ୟମାନେ ସାମିଲ ଥିଲେ।  ଆଗକୁ ଏହି କେସର ତଦନ୍ତ ଜାରି ରହିବା ନେଇ ସୂଚନା ଦେଇଛି ବନବିଭାଗ।

Post a Comment

Previous Post Next Post
Header ADS