ନୀଳଗିରି ,୨୨/୧୦ :- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରତିଶୋଧ ପରାୟଣ ହୋଇ ପଛପଟୁ କଟୁରିରେ ଜଣେ ଯୁବକକୁ ହାଣିଲା ଅନ୍ୟଜଣେ ଯୁବକ। ମୂର୍ମୁଶ ଅବସ୍ଥାରେ ଯୁବକଙ୍କୁ ନୀଳଗିରି ମେଡିକାଲ ଅଣା ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ପବିତ୍ର ମହାଷ୍ଟମୀ ଅବସରରେ ନୀଳଗିରି ବ୍ଲକ ସଜନାଗଡ କୁକୁଡ଼ା ପଡ଼ିଆରେ କୁକୁଡ଼ା ପଡା ଚାଲିଥିବା ବେଳେ ପଡ଼ାରୁ ନିଜ ଘର ଗୋଡ଼ିଶୁଳ ଫେରୁଥିବା ବେଳେ ଦିନ ପ୍ରାୟ ୩ଟା ସମୟରେ ଜାମୁଡିହା ମୁଖୀ ସାହି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଡ଼ିଶୁଳ ଗ୍ରାମର ସ୍ୱର୍ଗତ ଶ୍ରୀଧର ବିଶ୍ଵାଳଙ୍କ ୩୬ ବର୍ଷୀୟ ପୁଅ ରମାକାନ୍ତ ବିଶ୍ଵାଳଙ୍କୁ ଜାମୁଡିହା ଗ୍ରାମର ଏକ ଯୁବକ କଟୁରୀ ସାହାଯ୍ୟରେ ପଛପଟୁ ମୁଣ୍ଡରେ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ରମାକାନ୍ତ ଚେତାଶୁନ୍ୟ ହୋଇ ପଡ଼ିଥିଲେ। ରକ୍ତରେ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆମ୍ବୁଲାନ୍ସ ଯୋଗେ ନୀଳଗିରି ହସ୍ପିଟାଲ କୁ ପଠାଯାଇଥିଲା। ତେବେ ଆକ୍ରମଣ ଘଟଣାର ପ୍ରକୃତ ତଥ୍ୟ ଜଣା ପଡିନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଏନେଇ ପାରିବାର ଲୋକ ଭୟରେ ଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ଆକ୍ରମଣକାରୀ ଯୁବକ ଫେରାର ଥିବା ସୂଚନା ମିଳିଛି। ତେବେ ନୀଳଗିରିର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ସ୍ପଷ୍ଟ ଦିବାଲୋକ ରେ ବିଭିନ୍ନ ସମୟରେ ସାଧାରଣ ଲୋକଙ୍କୁ କିଛି ଅସାମାଜିକ ଶ୍ରେଣୀର ଲୋକମାନେ ମରଣାତ୍ମକ ଆକ୍ରମଣ କରୁଥିବାରୁ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି। ଏଥିପ୍ରତି ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
Post a Comment