କେନ୍ଦ୍ରାପଡ଼ା, ୨୮/୦୯ :- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଏକାନ୍ତ ସହଯୋଗୀ ତଥା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ପଞ୍ଚାୟତର ପୂର୍ବତନ ସରପଞ୍ଚ ଯଶୋବନ୍ତ ଜେନାଙ୍କର ଗତ 15 ତାରିଖ ଦିନ ଦେହାନ୍ତ ଘଟିଥିଲା । ଆଜି ସେହି ମହାନ ପୁରୁଷ ଗରଦପୁର ର ରାଜନୈତିକ ରାଜା ସ୍ବର୍ଗତ ଯଶୋବନ୍ତ ଜେନାଙ୍କ ଦ୍ଵାଦଶ ତିଥି ଅବସରରେ ଆଜି ତାଙ୍କ ପୈତୃକ ବାସଭବନ ତଳକୁସୁମା ପାଟଣା ଗ୍ରାମରେ ପୁଅ ଅଶୋକ କୁମାର ଜେନା ଓ ବୋହୁ ପ୍ରଭାସନଳିନୀ ଜେନା ଙ୍କ ଦ୍ଵାରା ଏକ ଶ୍ରଦ୍ଧାଞ୍ଜଳି ସଭା ସାହିତ୍ୟିକ ଭୁବନ ମୋହନ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଟିତ ହୋଇଥିଲା । ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ଦଳବଳ ନିର୍ବିଶେଷରେ ପାଟକୁରା ର ସମସ୍ତ ରାଜନୈତିକ ଦଳର ବରିଷ୍ଟ ରାଜନେତା ମାନେ ଯୋଗଦେଇ ସ୍ବର୍ଗତ ଯଶୋବନ୍ତ ଜେନାଙ୍କ ଫଟୋ ରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ବର୍ଗତ ଯଶୋବନ୍ତ ଜେନାଙ୍କ ପ୍ରତ୍ୟେକ ଗୁଣ ଏମିତିକି ସାମାଜିକ ଅନୁଷ୍ଠାନ ଠାରୁ ଆରମ୍ଭ କରି ରାଜନୈତିକ ଜୀବନୀ ଉପରେ ଆଲୋଚନା କରି କହିଥିଲେ ଯଶୋବନ୍ତ ବାବୁ ଜଣେ ଅନୁଷ୍ଠାନ ଥିଲେ ବୋଲି ମତ ପ୍ରକାଶ କରିବା ସହିତ ଯଶୋବନ୍ତ ବାବୁ ତାଙ୍କ ଶେଷ ଜୀବନ ପର୍ଯ୍ୟନ୍ତ କାଠର ତିଆରି କଠାଉ ପିନ୍ଧୁଥିଲେ ବୋଲି ମଞ୍ଚାଷିନ ଅତିଥି ମାନେ ମତ ପୋଷଣ କରିଥିଲେ । ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ଉଠାଜଳସେଚନ ନିଗମ ଅମରେଶ ପାତ୍ରୀ,ବିଜେଡି ନେତା ରବି ସାମଲ , ସମାଜସେବୀ ବିଶିଷ୍ଟ ଶିକ୍ଷାବିତ୍ ଶାନ୍ତନୁ ନାୟକ , ପଯୁବନେତା ଅରବିନ୍ଦ ମହାପାତ୍ର , ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ , ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ମଧୁମିତା ଅଗ୍ରୱାଲ , ରାଜ୍ୟ ବିଜେପି ପ୍ରବକ୍ତା ତେଜେଶ୍ଵର ପରିଡ଼ା , ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା ପତି, ସମାଜସେବୀ ମନିଷା ପଣ୍ଡା , ପ୍ରାଧ୍ୟାପକ ତଥା ସମାଜସେବୀ ଅଜୟ ରାଉତ , ବରିଷ୍ଟ ସାମ୍ବାଦିକ କମଳା କାନ୍ତ ଦାସ , ଗରଦପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ସାହୁ , ବରିଷ୍ଟ ବିଜେଡି ନେତା ଦିଲ୍ଲୀପ ପଣ୍ଡା , ସମାଜସେବୀ କେଦାର ନାଥ ସାମନ୍ତରାୟ , ହେମନ୍ତ ମହାପାତ୍ର , କଳାବୁଦା ସରପଞ୍ଚଙ୍କ ପ୍ରତିନିଧି ବଳରାମ ଦାସ , ଯୁବନେତା ରମାକାନ୍ତ ବେହେରା ତଳକୁସୁମା ପଞ୍ଚାୟତ ସମିତି ସଭ୍ୟ ପ୍ରଭାସ ରଂଜନ ସାହୁ , ସୁର୍ଯ୍ୟମଣି ଟୁଡୁ, ଓ ଭିଏଲଡବଲୁ, ପୁର୍ବତନ ସମିତି ସଭ୍ୟ ଖେତିଷି ଦାସ,ଓଅଜୟ କୁମାର ଦାସ, ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ସେହିଭଳି ଗରଦପୁର ବ୍ଲକର ନଡ଼ିଆ ବରାଇ ସରପଂଚ ସନ୍ତୋଷ ମାହାଳି , ତେଣ୍ଡକୁଡ଼ା ସରପଞ୍ଚ ମାନସ ରାଉତ୍ , ପଦ୍ମପୁର ସରପଂଚ ଅନୂଷୟା ବେହେରା , ପାଟକୁରା ସରପଂଚ ଗୀତାଞ୍ଜଳି ମହାନ୍ତି , କଳାବୁଦା ସମିତି ସଭ୍ୟ ସତ୍ୟଜିତ ସାହୁ , ପାଖଡ୍ ସରପଞ୍ଚଙ୍କ ପ୍ରତିନିଧି ପ୍ରତାପ ପରିଡ଼ା , ପୂର୍ବତନ ଜିଲ୍ଲା ପରିଷଦ କମଳ ଲୋଚନ ସେଠୀ , ବଡ଼ବେତରା ସରପଂଚ ଙ୍କ ପ୍ରତିନିଧି କିଶୋର ମହାପାତ୍ର , ବଡ଼ବେତରା ସମିତି ସଭ୍ୟ ଲକ୍ଷ୍ମୀ ଦାସ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଯଶୋବନ୍ତ ଜେନାଙ୍କ ଫଟୋ ରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆଜିର ଶ୍ରଦ୍ଧାଞ୍ଜଳି ସଭାକୁ ନଅ ନମ୍ବର ଜୋନର ପୁର୍ବତନ ଜିଲ୍ଲା ପରିଷଦ ସନ୍ତୋଷ ଜେନା ପରିଚାଳନା କରିଥିଲେ |
Post a Comment