Header ADS

ନୀଳଗିରି ଅଞ୍ଚଳରେ ସକ୍ରିୟ ହେଉଛି ଜାଲ୍ ନୋଟ୍ କାରବାର।


 ନୀଳଗିରି, ୨୬/୦୯ :- ମାତ୍ର କେଇ ଦିନର ବ୍ୟବଧାନ ପରେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ପୁଣି ଜାଲନୋଟ୍ କାରବାର ସମ୍ନାକୁ ଆସିଛି। ଆଜି ସନ୍ଧ୍ୟାରେ ବରହମପୁର ଥାନା ଅନ୍ତର୍ଗତ ବାଉଁଶପାଳ ଗ୍ରାମର ସୁଶାନ୍ତ ପାତ୍ର ଏବଂ ବରହମପୁର ଗାଁର ଟିକିନା ବେହେରା ନାମକ ଦୁଇ ବ୍ୟକ୍ତି ଏକ ସ୍କୁଟିଯୋଗେ ନୀଳଗିରି ଥାନା ଅନ୍ତର୍ଗତ ଧୋବଶିଳା ନିକଟ ଖୁଣ୍ଟୁଣା ଛକରେ ଏକ ଦୋକାନକୁ ଗରାଖ ବେଶରେ ଆସି କିଛି ସାମଗ୍ରୀ କିଣି ସାରିବା ପରେ ଦୋକାନୀ କୁ ୫୦୦ ଟଙ୍କିଆ ନୋଟ୍ ଦେଇଥିଲେ ହେଲେ ଦୋକାନୀ ଜଣକ ଉକ୍ତ ନୋଟ୍ ଟି ଜାଲ ବୋଲି ଜାଣିବା ପରେ ସେ ସ୍ଥାନୀୟ ଲୋକଙ୍କୁ ଫୋନ କରିବାରୁ ଅଭିଯୁକ୍ତମାନେ ଖସି ଯିବାକୁ ଉଦ୍ୟମ କରୁଥିଲେ ଏବଂ ପାଖରେ ରଖିଥିବା ଅନ୍ୟ କିଛି ଜାଲ ନୋଟ କୁ ଚିରି ବିଲକୁ ଫୋପାଡି ଦେଇଥିଲେ ହେଲେ ସ୍ଥାନୀୟ ଲୋକେ ସେମାନଙ୍କୁ ପିଛା କରି ମାଡ଼ି ବସି ଧରିବାରେ ସକ୍ଷମ ହେଇଥିଲେ ଏବଂ ଦୁଇ ଯୁବକଙ୍କୁ ନିସ୍ତୁକ ଛେଚିଥିଲେ। ତେବେ ଖବର ପାଇ ନୀଳଗିରି ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ତାଙ୍କ ନିକଟରୁ ଅଢେ଼ଇ ହଜାର ଟଙ୍କାର ଜାଲ ନୋଟ ସହ ବ୍ୟବହୃତ ସ୍କୁଟିକୁ ମଧ୍ୟ ଜବତ କରିଛି ପୋଲିସ୍। ତେବେ ନୀଳଗିରି ଅଞ୍ଚଳରେ ଜାଲ ନୋଟ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନୀଳଗିରି ପୋଲିସ୍ ଘଟଣାକୁ ଗୁରୁତର ସହ ନେଇ ଅଧିକ ତଦନ୍ତ ଜାରି ରଖିଛି।

Post a Comment

أحدث أقدم
Header ADS