Header ADS

ବଜ୍ରାଘାତରେ ଚାଷୀ ମୃତ। ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ଢେ଼ଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ।

 


ନୀଳଗିରି -୨୦/୦୯ ବଜ୍ରପାତ ନେଲା ଜୀବନ। ପୂର୍ବାପେକ୍ଷା ଏବେ ଅଧିକ ଧନ ଜୀବନ ନେଉଛି ବଜ୍ରପାତ। ସରକାର ଏନେଇ ସଚେତନ କରୁଥିବା ବେଳେ ତାଳଗଛ ଭଳି ଅଧିକ ଉଚ୍ଚତା ବିଶିଷ୍ଟ ଗଛ ଲଗାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ଗତ ମଙ୍ଗଳବାର ବଜ୍ରପାତ ଘଟି  ନୀଳଗିରି ବ୍ଲକ୍ ର ଜଣେ ଚାଷୀଙ୍କର ଜୀବନ ଯାଇଛି। ସୂଚନା ଅନୁଯାୟୀ ଛତ୍ରପୁର ପଞ୍ଚାୟତ ପରାଶିପାଳ ଗ୍ରାମର ମୁକୁନ୍ଦ ଢଣିକ(୫୫) ନାମକ ଚାଷୀ ନିକଟସ୍ଥ ବିଲକୁ ଯାଇଥିବା ବେଳେ ହଠାତ ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ବଜ୍ରପାତ ଯୋଗୁଁ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି  ପରେ ରାତ୍ରୀ ୮ଟା ସମୟରେ ବିଲ ମଧ୍ୟରେ ମୃତ ଅବସ୍ଥାରେ ପାଇ ଘରକୁ ଆଣିଥିଲେ। ପରେ ଶବକୁ ନୀଳଗିରି ହସ୍ପିଟାଲ ନେଇଥିଲେ। ବୁଧବାର ଶବ ବ୍ୟବଚ୍ଛେଦ ପରେ ଗ୍ରାମ ପରାଶିପାଳ ଅଣାଯାଇଥିଲା। ଖବର ପାଇ ନୀଳଗିରି ପୁଅ ତଥା ଢେ଼ଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀଙ୍କ ସହ ଗ୍ରାମର ମାନସ ମାଝୀ, ପଞ୍ଚାନନ ମଲ୍ଲିକ, ଜଚିନ୍ଦ୍ର ପାତ୍ର, ଶମ୍ଭୁନାଥ ମଲ୍ଲିକ, ଜଗନ୍ନାଥ ପାତ୍ର, ବିରେନ୍ଦ୍ର ପାତ୍ର, ଅନ୍ତର୍ଯ୍ୟାମୀ ବୁଗୁଡେଇ ପ୍ରମୁଖ ମୃତ ମୁକୁନ୍ଦଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ କିଛି ଆର୍ଥିକ ସାହାଯ୍ୟ କରିଥିଲେ। ମୃତଶରୀରକୁ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିବା ବେଳେ ଯଥାଶୀଘ୍ର ପ୍ରଶାସନ ତରଫରୁ ମୃତ ଚାଷୀଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

Post a Comment

أحدث أقدم
Header ADS