ନୟାଗଡ଼,୦୨/୦୯ :- ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ରୋଟାରୀ ଭବନରେ ତୃତୀୟ ପ୍ରତିଷ୍ଠା ଦିବସ ପାଳନ ହୋଇ ଯାଇଚି। ବାଲେଶ୍ବର ବାହାନଗା ଭୟାବହ ରେଳ ଦୁର୍ଘଟଣା ପାଇଁ ନିରାଡ଼ାମ୍ୱର ଢଙ୍ଗରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ସାମ୍ବାଦିକ ରଜତ କୁମାର ପଟ୍ଟନାୟକ, ଭାଜପା ନେତା ସନ୍ତୋଷ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସମାଜର ଭଲ ପାଇଁ ଚିନ୍ତା କରୁଥିବା ଅନୁଷ୍ଠାନ ସହ ସବୁବେଳେ ରହିଛି ଓ ରହିବି। ପରେ ଭାଜପା ନେତା ଶ୍ରୀ ପ୍ରଧାନ କହିଥିଲେ ଯେ ସେବା ସେଇ ମାନେ କରନ୍ତି ଯିଏ ସେବା ପାଇବା ପାଇଁ ଯୋଗ୍ୟ। ପରେ କୁରାଲର ବୃକ୍ଷ ପ୍ରେମୀ ସୁକାନ୍ତ ଚୌଧୁରୀ ଗଛ ଲଗାଇବା ପାଇଁ ଆହ୍ଵାନ ଦେଇଥିଲେ। ପରେ ବ୍ୟବସାୟୀ ପୂର୍ଣ୍ଣ ସାହୁ ଅନନ୍ୟା ଫାଉଣ୍ଡେସନର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ପରେ ଛେନାପୋଡ଼ କାଟି ସଦସ୍ୟ ମାନେ ଉତ୍ସବ ମନାଇଥିଲେ।
Post a Comment