ବାଲେଶ୍ବର , ୧୩/୦୯ :- ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ମହାରାଜପୁର ଗାଁ ନିକଟରୁ ପୁଣି ଏକ ଅଜଣା ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ଖନ୍ତାପଡା ଥାନା ଅନ୍ତର୍ଗତ ମହାରାଜପୁର ଗାଁ ବିଲ ମଝିରେ ଆଜି ସକାଳେ ଏକ ଅଚିହ୍ନା ଶବ ପଡ଼ିଥିବା ଦେଖି ଖନ୍ତାପଡା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଖନ୍ତାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ପୋଷ୍ଟ୍ ମୋଟମ୍ ପାଇଁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ଉକ୍ତ ସବଟି କାହାର ବୋଲି ଚିହ୍ନଟ ହୋଇପାରି ନାହିଁ।
Post a Comment