ନୀଳଗିରି, ୨୯/୦୯ :- ବାଲେଶ୍ୱର ରକ୍ତଦାତା ସଂଘ ଓ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ମାନଙ୍କ ଅନୁରୋଧ କ୍ରମେ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ନୀଳଗିରି ଉପଖଣ୍ଡ ମୁଖ୍ୟ ଡାକ୍ତର ଖାନାକୁ 15 ଲକ୍ଷ୍ୟ ଟଙ୍କା ମୂଲ୍ୟର ଏକ ରକ୍ତ ସଂଗ୍ରହ ଓ ପରିବହନ ଗାଡି ମଞ୍ଜୁର ହୋଇଅଛି।ନୀଳଗିରି ଅନେକ ରକ୍ତଦାନ ଶିବିର ଆୟୋଜନ ହେଉଥିବାବେଳେ ରକ୍ତ ସଂଗ୍ରହ ଓ ପରିବହନ ଗାଡି ନଥିବାରୁ ଗାଡି ରକ୍ତଦାତା ସଂଘକୁ ରକ୍ତ ସଂଗ୍ରହ ପାଇଁ ଭଡାରେ ନେବାକୁ ପଡୁଥିଲା। ଆଜି ମାନ୍ୟବର ସାଂସଦଙ୍କ ନିର୍ଦେଶ କ୍ରମେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ,ସାଂସଦଙ୍କ ନୀଳଗିରି ହସ୍ପିଟାଲ ପ୍ରତିନିଧି ମନୋରଞ୍ଜନ ବେହେରା ଡାକ୍ତରଖାନା ପହଞ୍ଚି ନୀଳଗିରି ଡାକ୍ତରଖାନାର SDMO ସରୋଜିନୀ ପ୍ରଧାନ,ITDA ଅଧିକାରୀ,ରକ୍ତଦାତା ସଂଘ ସଭାପତି,ବ୍ଲଡ଼ ବ୍ୟାଙ୍କ ଅଧିକାରୀ,ଡାକ୍ତରଖାନାର ଅନ୍ୟ ଅଧିକାରୀଙ୍କ ସହ ଗାଡି ପାଇଁ ଆସିଥିବା କଟେସନ ବିଷୟରେ ଓ ହସ୍ପିଟାଲରେ ରୋଗୀମାନେ ସମ୍ମୁଖୀନ ହେଉଥବା ବିଭିନ୍ନ ସମସ୍ୟା ବିଷୟରେ ଏବଂ ଏହାର ସମାଧାନ ପାଇଁ ଆଲୋଚନା କରିଥିଲେ। ତେବେ ଆସନ୍ତା ମାସ ଏହି ରକ୍ତ ସଂଗ୍ରହ ଓ ପରିବହନ ଗାଡିର ଲୋକାର୍ପଣ ହେବା ନେଇ ସୂଚନା ।
Post a Comment