Header ADS

ବାଲେଶ୍ୱର ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ।



ନୀଳଗିରି , ୨୪/୦୮ :- ବାଲେଶ୍ୱର ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ବୈଠକ ନୀଳଗିରି ଆଇଟିଡିଏ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ମଦନ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେଙ୍କ ସହ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ, ପିଏ.ଆଇ.ଟି.ଡି.ଏ କାରୁ ସରେନ, ଆଇ.ଟି.ଡି.ଏ ସ୍ଵତନ୍ତ୍ର ଅଧିକାରୀ ସାଲୁ କୁମାର ଟୁଡୁ, ଡି ଡବ୍ଲ ଓ ବାଲେଶ୍ୱର ଭରତ ଭୂଷଣ ବିଶ୍ଵାଳ, ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଳ, ଜଳେଶ୍ୱର ବିଡ଼ିଓ ପୁନମ ରାଉତ, ନୀଳଗିରି ଆଡିସନାଲ ତହସିଲଦାର ପ୍ରଦୀପ କୁମାର ଦାସ, ତହସିଲଦାର ଜଳେଶ୍ୱର, ନୀଳଗିରି ଓ ଜଳେଶ୍ୱର ଡବ୍ଲ୍ୟୁ ଇଓ ପ୍ରମୁଖ ଉଭୟ ବ୍ଲକ୍ ର ବହୁ ଅଧିକାରୀ ସମେତ ପ୍ରମୁଖ ଆଦିବାସୀ ସମାଜ ଯଥା ସାନ୍ତାଳୀ, ଭୂମିଜ, କୋହ୍ଲ, ବାଥୁଡ଼ି ସମ୍ପ୍ରଦାୟର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ନୂତନ ଭାବେ ଗଠନ କରିଥିବା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଏହି ପ୍ରଥମ ବୈଠକରେ ଆଦିବାସୀ ସମ୍ପ୍ରଦାୟ ମାନଙ୍କର ମୁଖ୍ୟ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। 

ଆଦିବାସୀ ମାନଙ୍କର ସାମଗ୍ରିକ ବିକାଶ ସହିତ କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ବେଶଭୂଷା କୁ ବଞ୍ଚାଇ ରଖିବା ଏହି ପରିଷଦର ମୁଖ୍ୟ ଲକ୍ଷ୍ୟ। ଆଦିବାସୀ ମାନଙ୍କର ପୂଜା ଓ ପ୍ରାର୍ଥନା ସ୍ଥଳୀ (ଜାହିରା)ର ଉନ୍ନତି କରଣ ସହ ଉକ୍ତ ସ୍ଥାନମାନଙ୍କରେ ପାଣିର ସୁବିଧା, ଆଦିବାସୀ ସଂପ୍ରଦାୟର ଭାଇଭଉଣୀ ମାନଙ୍କୁ ବାଦ୍ୟଯନ୍ତ୍ର ଉପଲବ୍ଧ କରାଇବା, ଯାହିରା ଗୁଡିକ ପଟ୍ଟା ପ୍ରଦାନ, ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆଦିବାସୀ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା, ସ୍କୁଲ କଲେଜ ଆଦିରେ ଅଧାରୁ ପାଠ ଛାଡିଥିବା ଆଦିବାସୀ ପିଲାମାନଙ୍କୁ ହଷ୍ଟେଲ ସୁବିଧା ଉପଲବ୍ଧ କରାଇବା ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା। ସର୍ବୋପରି ଆଦିବାସୀ ସମାଜର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ଏହି ଉନ୍ନୟନ ପରିଷଦର ମୁଖ୍ୟ ଲକ୍ଷ୍ୟ। ତେବେ ଜିଲ୍ଲାପାଳ ଗୁରୁତର ସହ ନେଇ ଖୁବଶିଘ୍ର ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Post a Comment

Previous Post Next Post
Header ADS